ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ କୋଚ୍ ଗୈାତମ ଗମ୍ଭୀରଙ୍କୁ ଆସିଲା ହତ୍ୟା ଧମକ । ଆଇଏସଆଇଏସ ପକ୍ଷରୁ ଆସିଲା ଧମକ । ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ଗୈାତମ ଗମ୍ଭୀର । ପରିବାରକୁ ସୁରକ୍ଷା ଦେବାକୁ ଦାବି କଲେ ଗମ୍ଭୀର । ଇ-ମେଲ ଜରିଆରେ ଗମ୍ଭୀରଙ୍କୁ ଏହି ଧମକ ଦିଆଯାଇଛି । ଯେଉଁଥିରେ ମାତ୍ର ତିନୋଟି ଶବ୍ଦ ଲେଖା ଯାଇଛି ‘I Kill You’ । ଏନେଇ ଗମ୍ଭୀର ପୋଲିସକୁ ଜଣାଇବା ସହ ଏତଲା ଦେଇଛନ୍ତି । ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ଆକ୍ଟିଭ ହୋଇଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ, ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି । ସାଇବର ସେଲର ଟିମ୍ ଇ-ମେଲକୁ ଟ୍ରାକ କରିବାକୁ ଚେଷ୍ଟା କରୁଛନ୍ତି । ମେଲ୍ କେଉଁଠୁ ଆସିଛି ଓ କିଏ କରିଛି ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନି । ରାଜେନ୍ଦର ନଗର ପୋଲିସ ଷ୍ଟେସନରେ ମାମଲା ହୋଇଛି । ଗମ୍ଭୀରଙ୍କ କାର୍ୟ୍ୟାଳୟ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ବୁଧବାର ଏତଲା ଦେବା ସହ ନିଜ ପରିବାର ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଛନ୍ତି ଗମ୍ଭୀର ।
ଆଇଏସଆଇଏସ ପକ୍ଷରୁ ଆସିଲା ଗମ୍ଭୀରଙ୍କୁ ହତ୍ୟା ଧମକ !

Facebook
Twitter
LinkedIn
Facebook
Twitter
LinkedIn
Related Posts
Recent News
ପହଲଗାମ ଆକ୍ରମଣ : କଲମା ବଞ୍ଚାଇଦେଲା ଜୀବନ
ଜମ୍ମୁ : ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଛି । ସବୁଠି ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଉଛି । ଆତଙ୍କବାଦୀ ଆକ୍ରମଣ...
୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା
ପୁରୀ ; ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ଏହି...
ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀରେ ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ
ବିହାର : ଜାତୀୟ ପଞ୍ଚାୟତି ରାଜ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ପହଲଗାମ ଆତଙ୍କୀ ହମଲାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ । ଓମ ଶାନ୍ତି...