ଭୁବନେଶ୍ୱର : ଜଳୁଛି ଝାରସୁଗୁଡା । ୪୪ ଡିଗ୍ରୀ ପାର କଲା ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪. ୮ ଡିଗ୍ରୀ ରେକର୍ଡ ହୋଇଛି। ସବୁଠାରୁ ତତଲା ସହର ପାଲଟିଛି ଝାରସୁଗୁଡ଼ା। ଅପରାହ୍ନ ସାଢେ ୨ଟାରେ ଏହି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ପଶ୍ଚିମ ଓଡ଼ିଶାର ଅନ୍ୟ ସହରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ସମ୍ବଲପୁରରେ ଦ୍ଵିତୀୟ ସର୍ବାଧିକ ୪୨. ୬ ଡିଗ୍ରୀ, ହୀରାକୁଦ ୪୧. ୮, ରାଉରକେଲା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି। ତେବେ ଉପକୂଳରେ ତାପମାତ୍ରା ଆଭ୍ୟନ୍ତରୀଣ ତୁଳନାରେ ସାମାନ୍ୟ କମ ରହିଛି।
Views: 22