ଭୁବନେଶ୍ୱର : ବଢୁଛି ତାତି, ରୈାଦ୍ରତାପଜନିତ ଅସୁସ୍ଥତା ବି ବଢୁଛି । ବର୍ତ୍ତମାନ ସୁଦ୍ଧା ୪୯ ରୈାଦ୍ରତାପଜନିତ କାରଣରୁ ହସ୍ପିଟାଲରେ ଭର୍ତ୍ତି । ସମ୍ବଲପୁରରେ ସର୍ବାଧିକ ୪୦ ଜଣ ଅସୁସ୍ଥ ଥିବା ସୂଚନା । ଦେବଗଡ଼ରେ ୬ ଜଣ, ଖୋର୍ଦ୍ଧା, ମୟୂରଭଂଜ ଓ କେନ୍ଦୁଝରରେ ଜଣେ ଲେଖାଏଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟରେ ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିସାରିଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି। ପ୍ରବଳ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଲୋକମାନଙ୍କର ଅସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଖରାେ ଯୋଗୁଁ ଅପରାହ୍ଣ ସାଢ଼େ ୨ଟାରେ ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୨, କେନ୍ଦୁଝର ୩୭.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।
Views: 21