The Ultimate Managed Hosting Platform
ADVERTISEMENT

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ମହାନଗର ନିଗମ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି । ଉପସ୍ଥିତ ଅଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସ୍ୱାସ୍ଥ୍ୟ, ଯୋଗାଣ, ରାଜସ୍ୱ ଓ ପଞ୍ଚାୟତିରାଜ ମନ୍ତ୍ରୀ ଉପସ୍ଥିତ । ସକାଳ ୮ଟାରୁ ଗୋଟିଏ ୩୦ ମିନିଟ ପର୍ୟ୍ୟନ୍ତ ଅଭିଯୋଗ ଶୁଣାଣି ଚାଲିବ । ମହାନଗର ନିଗମ କାର୍ୟ୍ୟାଳୟରେ ଚାଲିଛି ଅଭିଯୋଗ ଶୁଣାଣି । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଜାରେ ଲୋକ ପଞ୍ଜିକରଣ କରିଛନ୍ତି । ସକାଳ ୮ଟାରୁ ଗୋଟିଏ ୩୦ ମିନିଟ ପର୍ୟ୍ୟନ୍ତ ଅଭିଯୋଗ ଶୁଣାଣି ଚାଲିବ । ଅଭିଯୋଗ ନେଇ ଆସିଛନ୍ତି ୧୦ ଜିଲ୍ଲାର ଲୋକ । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଅଛନ୍ତି । ୧୦ ମନ୍ତ୍ରୀଙ୍କ ସହ ୧୩ ଜଣ ବିଭାଗୀୟ ସଚିବ ଉପସ୍ଥିତ ଅଛନ୍ତି। ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସୁରେଶ ପୂଜାରୀ, ମୁକେଶ ମହାଲିଙ୍ଗ, ରବି ନାଏକ ଭଳି ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଉପସ୍ଥିତ ଅଛନ୍ତି ୧୩ ବରିଷ୍ଠ ଜଣ ଆଇଏଏସ୍ । ଗତକାଲି ସମ୍ବଲପୁର ପହଞ୍ଚି ମା ସମଲେଇଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ସମଲେଇ ପ୍ରକଳ୍ପ ଅଞ୍ଚଳ ବୁଲିଛନ୍ତି । ତାଙ୍କ ସାଙ୍ଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତିରାଜମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ମନ୍ତ୍ରୀ ଗଣେଷରାମ ଖୁଣ୍ଟିଆ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login