ନୂଆଦିଲ୍ଲୀ : ଦିଲ୍ଲୀ ମୁସ୍ତଫାବାଦରେ ଭୁଶୁଡିଲା ୪ ମହଲା କୋଠା । ଭଗ୍ନାବଶେଷ ତଳେ ଅନେକ ଲୋକ ଫସିଥିବା ଆଶଙ୍କା । ଏଯାଏଁ ଉଦ୍ଧାର ହେଲେଣି ୧୦ରୁ ଅଧିକ ଲୋକ । ଗତକାଲି ବିଳମ୍ବିତ ରାତିରେ ଦୟାଲପୁର ଅଞ୍ଚଳର ଶକ୍ତି ବିହାର ଅଞ୍ଚଳରେ ହଠାତ କୋଠାଟି ଭୁଶୁଡି ପଡିଥିଲା । ବର୍ତ୍ତମାନ NDRF ଓ ଦମକଳ ବାହିନୀ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
Views: 20