କୋଲକତା ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି, ୱକଫ୍ ଆଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା ଯୋଜନାବଦ୍ଧ। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍ ଦ୍ବାରା ଏହି ଯୋଜନା ହୋଇଥିବା ମମତା କହିଛନ୍ତି। କୋଲକାତାରେ ମୁସଲିମ ମୌଲାନାମାନଙ୍କ ସହ ଏକ ବୈଠକରେ ଟିଏମ୍ସି ମୁଖ୍ୟ କହିଛନ୍ତି ଯେ ୱକଫ୍ ଆଇନ ବିରୋଧୀ ଲଢ଼େଇରେ ତାଙ୍କ ଦଳ ଆଗରେ। ତେବେ ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାପାଇଁ ଅନୁରୋଧ କରିଛନ୍ତି। ମମତା କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ଅନୁରୋଧ କରୁଛି ଯେ ସେ ଅମିତ ଶାହଙ୍କୁ ନିୟନ୍ତ୍ରଣରେ ରଖନ୍ତୁ। ଶାହ ନିଜ ରାଜନୈତିକ ସ୍ବାର୍ଥ ପାଇଁ ଦେଶକୁ କ୍ଷତି ପହଞ୍ଚାଉଛନ୍ତି। ଶାହ କେବେ ବି ପ୍ରଧାନମନ୍ତ୍ରୀ ହୋଇପାରିବେନି ବୋଲି ମମତା କହିଛନ୍ତି। ଗୃହମନ୍ତ୍ରୀ କିଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି ତାହା ମୋଦୀ ଦେଖିବା ଉଚିତ ବୋଲି ସେ କହିଛନ୍ତି। ତେବେ ମମତାଙ୍କ ଏଭଳି ବୟାନ ରାଜ୍ୟର ଦଙ୍ଗା ପୀଡ଼ିତଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି। ହିଂସା ଓ ଦଙ୍ଗାର ରାଜନୀତିକୁ ପାଥେୟ କରି ଟିଏମ୍ସି ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଚଳାଇଥିବା କାହାକୁ ଅଛପା ନାହିଁ ବୋଲି ବିଜେପି କହିଛି।
ପଶ୍ଚିମବଙ୍ଗ ହିଂସା ଯୋଜନାବଦ୍ଧ : ମମତା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...