ଭୁବନେଶ୍ୱର : ଯାଜପୁର ଥାନା ଅନ୍ତର୍ଗତ ବିରଜାପୁର ଗ୍ରାମରେ ଦିନ ଦ୍ୱିପ୍ରହରରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସେହି ଗାଁର ଅଶ୍ୱନୀ କୁମାର ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ସମେତ ନଗଦ ୪୦ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଶ୍ୱନୀ ଦିନ ୧୦ଟାରେ ନିଜ ପତ୍ନୀଙ୍କୁ ନେଇ ଯାଜପୁର ଟାଉନ ଆସିଥିବା ସୁଯୋଗ ନେଇ କେହି ଦୁର୍ବୁତ୍ତ ରୋଷେଇ ଘର ଝରକା ଭାଙ୍ଗି କଳାକନା ବୁଲେଇଥିଲେ । ଏ ନେଇ ଯାଜପୁର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପରାହ୍ନରେ ଡ଼ଗ ସ୍କ୍ୱାଡ଼ ଘଟଣାସ୍ଥାନରେ ପହଞ୍ଚି ତଦନ୍ତଆରମ୍ଭ କରିଥିଲେ ମଧ୍ୟ ଏ ଯାଏ କୌଣସି ସୁରାଗ ମିଳିନାହିଁ । ଦିନକୁ ଦିନ ଏଭଳି ଚୋରଙ୍କ ଉତ୍ପାତ ବଢ଼ି ଚାଲିଛି । ଦିନ ରାତି କିଛି ମାନୁ ନାହାନ୍ତି ଏମାନେ । ପୋଲିସକୁ ବି ଏମାନଙ୍କର ଭୟ ନାହିଁ । ଚୋରି କରିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ସୁଯୋଗ ମିଳିଲେ ଏମିତି ଚୋରି କରି ଫେରାର ମାରୁଛନ୍ତି । ଏମିତି ଅନେକ ଚୋର ଅଛନ୍ତି ଯେଉଁମାନେ ଚୋରି କରିବା ପରେ ବି ପୋଲିସ ସେମାନଙ୍କ ଟେର୍ ପାଏନି ।
ସକାଳ ୧୦ଟାରେ ରୋଷେଇ ଘର ଝରକା ତାଡି ନେଇଗଲେ ନଗଦ ଟଙ୍କା ଓ ଅଳଙ୍କାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











