ଭୁବନେଶ୍ୱର : ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ । ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ । ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସୁଭଦ୍ରା ହିତାଧିକାରୀ ଯେଉଁମାନେ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ସର୍ଭେ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବରୁ ସୁଭଦ୍ରାର ପ୍ରଭାବ ସଂପର୍କରେ ମୂଲ୍ୟାୟନ କରିବା ପାଇଁ ଆଇଆଇଏମ, ସମ୍ୱଲପୁର ସହିତ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲ । ଆଇଆଇଏମ, ସମ୍ୱଲପୁରର ସହାୟତାରେ ହିତାଧିକାରୀମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ସର୍ବେକ୍ଷଣରେ କଲେଜ ଛାତ୍ରୀ ମାନଙ୍କୁ ସାମିଲ କରିବାକୁ ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦର ତୃତୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଯେଉଁ ହିତାଧିକାରୀମାନେ ପ୍ରଥମେ ସୁଭଦ୍ରା ସହାୟତା ପାଇଁ ପଞ୍ଜୀକରଣ କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଆସୁଥିବା ଜାଣି ସେମାନେ ସୁଭଦ୍ରା ପୋର୍ଟାଲ୍ରେ ସହାୟତା ନ ନେବା ପାଇଁ ଅପ୍ଟ ଆଉଟ୍ କରିଛନ୍ତି ବା ସ୍ୱେଚ୍ଛାକୃତ ଭାବେ ମନା କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେମାନଙ୍କର ଏହି ପଦକ୍ଷେପ ଯୋଗୁଁ ଅନ୍ୟ ଯୋଗ୍ୟ ହିତାଧିକାରୀ ସୁବିଧା ପାଉଥିବା ବେଳେ ଅପ୍ଟ ଆଉଟ୍ କରିଥିବା ମହିଳାମାନଙ୍କୁ “ସାବାସ୍ ସୁଭଦ୍ରା” ଆଖ୍ୟା ଦିଆଯାଇ ସମ୍ୱର୍ଦ୍ଧିତ କରାଯିବ ।
ଏଣିକି ସୁଭଦ୍ରା ଯୋଜନାରେ ସାମିଲ ହେବେ କଲେଜ ଛାତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...