The Ultimate Managed Hosting Platform
ADVERTISEMENT

ଆଇସିୟୁରେ ଥିବା ଏୟାର ହଷ୍ଟେସଙ୍କୁ ଦୁର୍ଷ୍କମ ଅଭିଯୋଗ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଇସିୟୁରେ ଥିବା ଏୟାର ହଷ୍ଟେସଙ୍କୁ ଦୁର୍ଷ୍କମ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ହରିୟାଣାର ଗୁରୁଗ୍ରାମରେ ଥିବା ଏକ ଘରୋଇ ହସ୍ପିଟାଲରୁ । ହସ୍ପଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ଏୟାର ହୋଷ୍ଟେସ୍ ହସ୍ପିଟାଲର ପୁରୁଷ କର୍ମଚାରୀଙ୍କ ଉପରେ ଯୌନ ନିର୍ୟାତନାର ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।ପୀଡିତା ଏୟାର ହୋଷ୍ଟେସଙ୍କ ଅଭିଯୋଗ ଅନୁଯାୟୀ, ସେ ଭେଣ୍ଟିଲେଟରରେ ଥିବା ସମୟରେ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ ତାଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ।ଏହି ମାମଲାରେ ତଦନ୍ତ ଚାଲିଛି ବୋଲି ହସ୍ପିଟାଲ ପ୍ରଶାସନ କହିଛି। ହସ୍ପିଟାଲ ପକ୍ଷରୁ ଏକ ଚିଠି ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ସେମାନେ କହିଛନ୍ତି ଯେ ପୋଲିସକୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଏପର୍ୟ୍ୟନ୍ତ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ। ଗୁରୁଗ୍ରାମ ପୋଲିସ କହିଛି ଯେ, ପୀଡିତାଙ୍କ ବୟାନ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି। ପୋଲିସ ହସ୍ପିଟାଲର ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login