ଛତିଶଗଡ : ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ । ନାରାୟଣପୁର ସୀମାନ୍ତ କୋଣ୍ଡାଗାଁଓରେ ଏନକାଉଣ୍ଟର । ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ ଏକେ-୪୭ ଜବତ । ଏନକାଉଣ୍ଟର ନେଇ ସୂଚନା ଦେଲେ ବସ୍ତର ଆଇଜି । ପୂର୍ବ ବସ୍ତର ମାଓ ସଙ୍ଗଠନର ଡିଭିସିଏମ କ୍ୟାଡର ମାଓବାଦୀ ହଳଧର ଏବଂ ଏସିଏମ କ୍ୟାଡର ମାଓବାଦୀ ରାମେଙ୍କର ମୃତ୍ୟୁ ହୋଇଛି । ଏହି ୨ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା।ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଡିଆରଜିଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି ।
Views: 22