କୋଲକତା : ପଶ୍ଚିମବଙ୍ଗ ଯାଉଥିବା ବନେ୍ଦ ଭାରତ ଟ୍ରେନ ଉପରକୁ ପଥର ମାଡ । ଭାଗଲପୁର-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ସୋମବାର ଭାଗଲପୁର ଏବଂ ଟିକାନୀ ଷ୍ଟେସନ ମଧ୍ୟବର୍ତ୍ତୀ ହାଟପୁରୈନି ହଲ୍ଟ ନିକଟରେ ପଥରମାଡ଼ ହୋଇଛି । ପଥରମାଡ଼ ପରେ କୋଚ୍ ନମ୍ବର ସି୨ (ସିଟ୍ ନମ୍ବର ୫୩ ଏବଂ ୫୪)ର ଝରକା କାଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ।ମାଳଦା ଡିଆରଏମ୍ ମନୀଷ କୁମାର ଗୁପ୍ତା କହିଛନ୍ତି, ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଅପରାଧୀମାନଙ୍କୁ ଚିହ୍ନଟ ସୁନିଶ୍ଚିତ କରିବା ଏବଂ ଆଇନ୍ ମୁତାବକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆରପିଏଫ୍ ସମସ୍ତ ଜରୁରୀ ପଦକ୍ଷେପ ନେଉଛି ।
Views: 27