The Ultimate Managed Hosting Platform
ADVERTISEMENT

ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ ; ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ବଢ଼ିଲା ରବର୍ଟ ଭଦ୍ରାଙ୍କ ଅଡ଼ୁଆ । ସମନ ପାଇ ଇଡିରେ ହାଜର ହେଲେ ରବର୍ଟ ଭଦ୍ରା । ଗୁରୁଗ୍ରାମ ସିକୋପୁର ଜମି ଦୁର୍ନୀତି ମାମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ PML ଆକ୍ଟରେ ସମନ୍ କରିଥିଲା ଇଡି । ୨୦୦୮ ମସିହାରେ ରବର୍ଟ ଭଦ୍ରାଙ୍କ ସ୍କାଏଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ଗୁରୁଗ୍ରାମରେ ଓଙ୍କାରେଶ୍ବର ପ୍ରପର୍ଟିଜ୍ ଠାରୁ ସାଢ଼େ ୭ କୋଟି ମୂଲ୍ୟରେ ୩.୫ ଏକର ଜାଗା କିଣିଥିଲା । ୨୫ ଘଣ୍ଟା ଭିତରେ ଏହାର ମ୍ୟୁଟେସନ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଜମି କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ତେବେ ଏହାକୁ ନେଇ ରବର୍ଟ ଭଦ୍ରା କହିଛନ୍ତି, ଏହି ମାମଲାରେ କିଛି ନାହିଁ । ଗତ ୨୦ ବର୍ଷ ଭିତରେ ତାଙ୍କୁ ୧୫ ଥର ସମନ କରାଯାଇଛି । ପ୍ରତିଥର ତାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଛି । ଏହି ଘଟଣାରେ ୨୩ ହଜାର ଡକ୍ୟୁମେଣ୍ଟ ଦାଖଲ କରିଥିବା କହିଛନ୍ତି ରବର୍ଟ ଭଦ୍ରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login