The Ultimate Managed Hosting Platform
ADVERTISEMENT

ବାଣ କାରଖାନାରେ ବିସ୍ଫୋରଣ

Facebook
Twitter
LinkedIn

ବିଶାଖାପାଟନା : ବାଣ ତିଆରି କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ । ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭ ଜଣ ଆହତ । ଆନ୍ଧ୍ରପ୍ରଦେଶର ଆନକାପଲ୍ଲୀ ଜିଲ୍ଲାର କୋଟୁରତଲା ମଣ୍ଡଳ ଅନ୍ତର୍ଗତ କୈଳାସପାଟନମ୍ ଗ୍ରାମରେ ଘଟିଛି ଅଘଟଣ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରବିବାର ଅପରାହ୍ନରେ ବାଣ ତିଆରି ଚାଲିଥିବା ସମୟରେ ଏହାର ଏକ ଗୋଦାମରେ ନିଆଁ ଲାଗିଯାଇଥିଲା ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରଚଣ୍ଡ ବିସ୍ଫୋରଣରେ ପୂରା କାରଖାନା ଧ୍ବଂସ ହୋଇଯାଇଥିଲା। ବିପୁଳ ପରିମାଣର ବାଣ ମହଜୁଦ ଥିବା ଏକ କୋଠାରୀରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ଏହା ସଂଲଗ୍ନ ଅନ୍ୟ ଏକ ହଲ୍ରେ ମୋଟ ୧୫ ଜଣ ଶ୍ରମିକ ବାଣ ତିଆରିରେ ନିୟୋଜିତ ଥିଲେ। ତୁହାକୁ ତୁହା ବିସ୍ଫୋରଣ ଯୋଗୁଁ ଶ୍ରମିକମାନେ ବାହାରକୁ ବାହାରି ପାରିନଥିଲେ । ଏହି ଘଟଣାର ସମସ୍ତ ମୃତକ କାକିନାଡ଼ା ଜିଲ୍ଲାର ସମରଲାକୋଟା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ମୃତକଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ କିଛି ଲୋକ ଗୁରୁତର ଭାବେ ଜଳିଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ପୁଲିସ ଆଶଙ୍କା କରୁଛି। ବିସ୍ଫୋରଣର ପ୍ରକୃତ କାରଣ ପୁଲିସ ଏପର୍ୟ୍ୟନ୍ତ ଜାଣି ପାରିନାହିଁ ଏବଂ ଏହା ବେଆଇନ ବାଣ କାରାଖାନା ଥିଲା କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login