The Ultimate Managed Hosting Platform
ADVERTISEMENT

ମୈଦାନକୁ ଓହ୍ଲାଇବେ ଅଭିନେତା ଶ୍ରୀତମ ଦାସ

Facebook
Twitter
LinkedIn

କଟକ : ଓଲିଉଡରେ ନିଜର ଦମ୍‌ଦାର ଅଭିନୟ ପାଇଁ ଦିନେ ସମସ୍ତଙ୍କ ଦୃଦୟରେ ରାଜ୍ କରୁଥିବା ଅଭିନେତା ଶ୍ରୀତମ ଦାସ ରାଜନୀତିରେ ପାଦ ଥାପି ଥିଲେ। ଶ୍ରୀତମ ଦାସ ହେଲେ ମେୟର ପ୍ରାର୍ଥୀ । ମହାନଗର ନିର୍ବାଚନକୁ ଓହ୍ଲାଇବେ ଅଭିନେତା । କଟକ ମହାନଗର ନିଗମ ପାଇଁ ଶ୍ରୀତମ ଦାସଙ୍କୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।


ସୂଚନା ଅନୁଯାୟୀ , ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ହେଲା ସେ ଦଳ ସହିତ ଜଡିତ ଅଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ରାଜରାସ୍ତାକୁ ଓହ୍ଲାଇଥାନ୍ତି ଏହି ଯୁବ ନେତା । ଆଉ ଏବେ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି ଭାରତୀୟ ଜନତା ପାର୍ଟି । ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା କଟକ ମହାନଗର ନିଗମ ପାଇଁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଯାଇଛି । ବିଜେପି ଟିକେଟରୁ ଏବେ ଶ୍ରୀତମ ସିଏମ୍‌ସି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ।
ସେପଟେ କଟକର ମେୟର ପଦବୀ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଘୋଷଣା କରିଥିବା ବେଳେ ଶନିବାର ଦିନ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ନାମ ଉପରେ ମୋହର ମାରିଛି ବିଜେଡି । ଆଉ ଏବେ ବିଜେପି ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଭିନେତା ଶ୍ରୀତମ ଦାସଙ୍କ ମେୟର ପ୍ରାର୍ଥୀ ଭାବେ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

କ୍ୟାବିନେଟ ବୈଠକରେ ବଡ ଘୋଷଣା , ୭ଟି ପ୍ରସ୍ତାବ ପାରିତ

ଭୁବନେଶ୍ୱର : ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସରିଲା ବୈଠକ । ଛଅଟି ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର । ସମବାୟ...

ADVERTISEMENT
ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ସିଏଚସି ସ୍ୱାସ୍ଥ୍ୟକର୍ମୀ

ରାୟଗଡା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ । ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ। ଜନ୍ମ ପ୍ରମାଣପତ୍ର ଦେବାକୁ ଜଣେ...

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଏମ.ଏଲ.ଏ ଲ୍ୟାଡ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏମ.ଏଲ.ଏ ଲ୍ୟାଡ଼ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ...