ଗଞ୍ଜାମ (ରମେଶ କୁମାର ସାହୁ) : ଜେଲ୍ ଫେରନ୍ତା ସାନ ଭାଇର ଜୀବନ ନେଇଗଲା ବଡ଼ ଭାଇ। ପୂର୍ବରୁ ଜନ୍ମ କଲା ମାକୁ ଦୁଷ୍କର୍ମ କରି ଜେଲ୍ ଯାଇଥିବା ସାନ ଭାଇର ଜୀବନ ନେଇଗଲା ବଡ଼ ଭାଇ। ପୂର୍ବରୁ ମା ଆତ୍ମହତ୍ୟା କରିଥିବା ବେଳେ ଗତ ୬ ମାସ ତଳେ ପ୍ରମାଣ ଅଭାବରୁ ନିର୍ଦୋଷରେ ଜେଲରୁ ଫେରିଥିଲା ମୃତ ସାନ ଭାଇ । ପାରିବାରିକ କଳହରୁ ବଡ଼ ଭାଇ ସାନ ଭାଇକୁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦାର୍ଖପଲ୍ଲୀ ଗାଁରେ ।ମୃତ ଯୁବକ ଜଣକ ହେଲେ ୨୭ ବର୍ଷୀୟ ଶମ୍ଭୁନାଥ ରାଉତ ଓରଫ୍ ପପୁନ୍। ଗତକାଲି ସଂନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ବଡ଼ ଭାଇ କୈଳାସ କୋଦଳା ଥାନାରେ ଆତ୍ମସମର୍ପଣ କରିଛି। ମୃତ ଶମ୍ଭୁର ଶବକୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯିବ ବୋଲି ପୋଲିସ୍ କହିଛି। ସେପଟେ ସାନ ଭାଇର ଦୁର୍ଦ୍ଦାନ୍ତ ତଥା ଅମାନବିକ କାର୍ୟ୍ୟ ଯୋଗୁଁ ପରିବାରରେ ଅଶାନ୍ତି ଲାଗି ରହୁଥିବା କହିଛନ୍ତି ସ୍ଥାନୀୟ ଲୋକେ। କୋଦଳା ଥାନାରେ ୨୧୫/୨୦୨୫ ରେ ଏନେଇ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।
ଜେଲ୍ ଫେରନ୍ତା ସାନ ଭାଇର ଜୀବନ ନେଇଗଲା ବଡ଼ ଭାଇ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











