The Ultimate Managed Hosting Platform
ADVERTISEMENT

ନିଆଁ ଲାଗି ଜଳିଗଲା ୧୦ ବଖରା

Facebook
Twitter
LinkedIn

କାମାକ୍ଷାନଗର : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର । ସାରୁଆଳି ଗାଁ କୃଷ୍ଣପୁର ସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ ପରିବାରର ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଅନୁମାନ, ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଗତକାଲି ବିଳମ୍ବିତ ରାତିରେ ଦୂଲ୍ଲବ ବିଶ୍ବାଳଙ୍କ ପରିବାର ସମସ୍ତେ ଖାଇସାରି ଶୋଇବା ପରେ ତାଙ୍କରି ଘରୁ ପ୍ରଥମେ ନିଆଁ ଲାଗିଥିଲା । ଗାଁରେ ଦଣ୍ଡ କରୁଥିବା ଯୁବକ ମାନେ ପ୍ରଥମେ ନିଆଁକୁ ଦେଖି ସମସ୍ତଙ୍କୁ ଉଠାଇଥିଲେ । ଦେଖୁଦେଖୁ ପ୍ରମୋଦ ବିଶ୍ବାଳ,ସଞ୍ଚୟ ବିଶ୍ବାଳ ଓ ବିଜୟ ବିଶ୍ବାଳଙ୍କ ଘର ପୋଡିଯାଇଥିଲା । ନିଆଁର ପ୍ରକୋପରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତ ଘରୁ ବାହରକୁ ପଳାଇ ଆସିଥିଲେ । ତେବେ ଧାନ,ଚାଉଳ,ଘରର ବିଭିନ୍ନ ସାମଗ୍ରି,ଘର ତିଆରି କରିବା ପାଇଁ ଥିବା ପଟା, ରୋଷେଇ ସାମଗ୍ରି ସବୁ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ୨ଘଣ୍ଟାପରେ ନିଆଁକୁ ଆୟତ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login