କୁଚିଣ୍ଡା : କପଡା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ।ହରିନାରାୟଣ ମାର୍କେଟ କମ୍ପ୍ଲେକ୍ସ ସ୍ଥିତ ଦୋକାନରେ ଅଗ୍ନିକାଣ୍ଡ । ଉପର ମହଲାରେ ନିଆଁ ଲାଗି ଜଳିଗଲା କପଡା ଦୋକାନ । ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ପାଇଁ କରୁଛି ଉଦ୍ୟମ । କପଡା ଗୋଦାମ ହୋଇଥିବାରୁ ନିଆଁ ଧିରେ ଧିରେ ବଢ଼ିବାରେ ଲାଗିଛି । ଆୟତ୍ତ କରିବାକୁ ନାକେଦମ ହେଉଛି ଅଗ୍ନିଶମ ବାହିନୀ ।
Views: 38