ସୁନ୍ଦରଗଡ : କୋଇଲା ଖଣିରୁ ଚାଲାଣ ବେଳେ ୪ ଗିରଫ । ଖଣିରୁ କୋଇଲା ଚାଲାଣ ବେଳେ ଧରିଲା ହେମଗିରି ପୋଲିସ । ୪ ଜଣଙ୍କୁ ଗିରଫ ସହ ୨ ଟ୍ରାକ୍ଟର ଓ ବାଇକ ଜବତ କଲା ପୋଲିସ ।ସେମାନେ ହେଲେ ରତନସରା ଗାଁର ସମୀର ଡନସେନା , ରତନପୁର ଗାଁ ଗେଲାନନ୍ଦ ମାଝୀ , ଝୁପୁରଙ୍ଗା ଗାଁର ହେମାନନ୍ଦ ସେଠ ଓ ଗୋପାଳପୁର ଗାଁର ଆଲୋକ ସେଠ।ଖଣିଜ ଚୋରି ଘଟଣା ପଦାକୁ ଆସିବା ପରେ ରାଉରକେଲା କନିଷ୍ଠ ଖଣି ଅଧିକାରୀ ମଙ୍ଗଳଚରଣ ହେମ୍ରମ ହେମଗିର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତନାଘନା ଚଲାଇଥିବାବେଳେ ଗତକାଲି ରାତିରେ ୪ ଜଣଙ୍କୁ ଧରିଥିଲା ପୁଲିସ। ସେମାନଙ୍କଠାରୁ ୨ଟି ଟ୍ରାକ୍ଟର, ବାଇକ୍ ଜବତ ହୋଇଛି। ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି।
Views: 25