ଭୋଗରାଇ : ଥମୁନି ଧଳାଜହର କାରବାର । ଦିନକୁ ଦିନ ବଢି ଚାଲିଛି ଧଳାଜହର କାରାବାର । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରୁ ୨୬୦ ଗ୍ରାମର ଧଳାଜହର ଜବତ ହୋଇଛି । ଏହା ସହିତ ଏହି କାରାବାର ସହ ଜଡିତ ଥିବା ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ସୂଚନା ଅନୁଯାୟୀ, ଶନିବାର ଦିନ କମର୍ଦ୍ଦା ଅଞ୍ଚଳରେ ଧଳାଜହର କାରବାର ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକି ଭୋଗରାଇ ବ୍ଲକ କମର୍ଦ୍ଦା ଥାନାଠୁ ୫୦୦ ଦୂରରେ ରହିଛି । ତେବେ ୫୭ନଂ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନରେ କିଛି ଯୁବକଙ୍କୁ ଧଳାଜହର କିଣାବିକା କରୁଥିବାର ଦୃଶ୍ୟ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ସେଠାରେ ଜଳେଶ୍ୱର ଓ ଭୋଗରାଇର ଅବକାରୀ ବିଭାଗ ଚଢାଉ କରିଥିଲା । ଏହି ଚଢାଉ ୨୬୦ ଗ୍ରାମର ବ୍ରାଉନ୍ସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଆଉ ଏହି ଧଳାଜହର କାରବାରର କେଉଁ ଆଡେ ସବୁ ଲିଙ୍କ ଅଛି ସେନେଇ ଖୋଲତାଡ଼ କରୁଛି ଅବକାରୀ ବିଭାଗ ।
Views: 260