ପୁରୀ : ମହଜୁଦ ଥିବା ପୁରୁଣା ବ୍ୟାରିକେଡରେ ଲାଗିଲା ନିଆଁ । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ବ୍ୟାରିକେଡରେ ଲାଗିଲା ନିଆଁ । ବ୍ୟାରିକେଡରେ ନିଆଁ ଲାଗିବାରୁ ପୂରା ପରିବେଶ ଧୂଆଁମୟ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ, କେହି ନିଆଁ ଲଗାଇଥିବା ସନେ୍ଦହ । ସୂଚନା ଅନୁସାରେ ଆଜି ସକାଳେ ପୂର୍ତ୍ତବିଭାଗ କାର୍ୟ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା । ହୁତୁହୁତୁ ହୋଇ ଜଳିଯାଇଥିଲା ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ । ଧୂଆଁ ମୟ ହୋଇଯାଇଥିଲା ପୂରା ପରିବେଶ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବ୍ୟାରିକେଡ ନିକଟରେ ଏଲଆଇସି କଲୋନୀ ସରକାରୀ କ୍ବାର୍ଟର୍ସ, ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ବାର୍ଟର୍ସ ମଧ୍ୟ ଥିଲା । ହେଲେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ ।
Views: 24