ନୂଆଦଲ୍ଲୀ : ଆସୁଛି ନୂଆ ନୋଟ୍ । ମହାତ୍ମା ଗନ୍ଧୀଙ୍କ ଫଟୋ ସହ ନୂଆ ନୋଟ୍ ଆସିବ ଯେଉଁଥିରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ । ତେବେ ୧୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆର ନୋଟର ନବକଳେବର ହେବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁସାରେ, ଏହି ନୋଟର ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଅନୁସାରେ, ମହାତ୍ମା ଗାନ୍ଧୀଙ୍କ ନୂଆ ଫଟୋ ଏବଂ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ସହ ନୂଆ ୧୦ ଟଙ୍କିଆ ଏବଂ ୫୦୦ଟଙ୍କିଆ ନୋଟ୍ ଜାରି କରାଯିବ । ଆରବିଆଇ ସ୍ପଷ୍ଟ ଭାବେ କହିଛି, ନୂଆ ନୋଟ୍ ଜାରି ହେବା ପରେ ବି ପୁରୁଣା ନୋଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବଜାର ଏବଂ ବ୍ୟାଙ୍କରେ ଯେଉଁଭଳି ଭାବେ ୧୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ବ୍ୟବହାର ହେଉଥିଲା ସେହିପରି ଭାବେ ପ୍ରଚଳିତ ହେବ । ଏହାର ଅର୍ଥ ୨ ପ୍ରକାର ନୋଟ୍- ନୂଆ ଓ ପୁରୁଣା ନୋଟ୍ ବିନା ଦ୍ୱନ୍ଦ୍ୱରେ ବଜାରରେ ପ୍ରଚଳିତ ହେବ । ଏଥିରେ କୌଣସି ସମସ୍ୟା ହେବ ନାହିଁ ।
ପୁଣି ବଦଳିବ ନୋଟର ଚେହେରା

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...