ୟୁପି : ମଝି ରାସ୍ତାରେ ଜଳିଗଲା କାର । ଉତ୍ତରାଖଣ୍ଡର ତପୋବନ ଗାଁ ପାଖରେ ଜଳନ୍ତା କାର ମଧ୍ୟରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । ରବିବାର ସକାଳ ୭ଟା ବେଳେ ଏହି ଘଟଣାର ସୂଚନା ମିଳିଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ସନ୍ଦେହ ଘେରରେ ରହିଛି । ଯାହାର ତଦନ୍ତ କାର୍ୟ୍ୟକ୍ରମ ଆରମ୍ଭ କରିଛି ପୋଲିସ । ଯାହା ଦ୍ବାରା ଘଟଣା ସ୍ଥାନରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ରାସ୍ତା ଉପରେ କାରଟି ଜଳିପୋଡି ପାଉଁଶ ହୋଇଛି । କାରରେ ଥିବା ମହିଳାଙ୍କ ଦେହ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି । ମଝି ରାସ୍ତାରେ ମହିଳାଙ୍କର ଜଳନ୍ତା ଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କାରରେ ଥିବା ମହିଳାଙ୍କର ଜୀବନ ଚାଲିଯାଇଛି । କାରଟି ବେଙ୍ଗାଲୁର-କର୍ଣ୍ଣାଟକର ଗାଡି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ପୋଷ୍ଟମଟମ ପାଇଁ ପଠାଇଛି । ତଦନ୍ତ ପ୍ରକ୍ରିୟା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି ।
Views: 39