ଭୁବନେଶ୍ୱର : ବଡ ବିସ୍ଫୋରଣ ଘଟାଇଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସସ୍ମିତ ଭିଲେନ୍ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି କହିଲେ । ଦୁଇ ଦୁଇଟି ମିଟିଂରେ ନବୀନ ବିଲକୁ ବିରୋଧ କରିବୁ କହିଥିଲେ । ପୁଣି କାହିଁକି ନିଷ୍ପତ୍ତି ବଦଳିଗଲା, ନବୀନ ବାବୁ ବିଚାର କରିବା କଥା । ସସ୍ମିତ ଭିଲେନ ନୁହଁନ୍ତି, ସସ୍ମିତ ନିଦେ୍ର୍ଦଶ ନିଅନ୍ତି କିନ୍ତୁ ଦିଅନ୍ତି ନାହିଁ । ମୁଖ୍ୟ ପରାମର୍ଶ ଦାତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର କହିଲେ । ମୁଖ୍ୟ ପରାମର୍ଶ ଦାତା ରାଜନୀତିରେ ନ ଥାଇ ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି ।
ଅନ୍ୟପଟେ ବଡ ଡିଲ୍ ହୋଇଛି ବୋଲି କହିଲେ । ବିଜେପି ସହ ମୁଖ୍ୟ ପରାମର୍ଶ ଦାତାଙ୍କର ବଡ ଡିଲ୍ ହୋଇଛି । ନିକଟରେ ଯିଏ ଭିଆରଏସ ନେଇଛନ୍ତି ବୋଲି ଇଙ୍ଗିତ କଲେ ଦେବାଶିଷ । ନାଁ ନ ନେଇ ଭିକେ ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କଲେ । ସେ କହିଛନ୍ତି, ମୁଁ ବୁଝିପାରିଲିନି ସଂସଦରେ କଣ ହେଲା । ସେଥିପାଇଁ ମୁଁ ଭୋଟ ଦେଲିନି । ବିଲ୍କୁ ବିରୋଧ ପାଇଁ ନବୀନ କହିଥିଲେ । ଶଙ୍ଖ ଭବନରେ ଏନେଇ ଆଲୋଚନା ବି ହୋଇଥିଲା । ମୁନ୍ନା ଖାନ୍ଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ହଠାତ କିଏ ନିଷ୍ପତ୍ତି ବଦଳାଇଲା ଜାଣିନି । ସଂଧ୍ୟା ସାଢ଼େ ୬ଟାରେ ସସ୍ମିତଙ୍କ ଏକ୍ସ ପୋଷ୍ଟରୁ ଜାଣିଲି । ଦଳର ହ୍ୱିପ୍ ନାହିଁ ବୋଲି ଏକ୍ସରୁ ଜାଣିଲି । ମୁଁ କାହା ସହ କଥା ହୋଇପାରିନି । ସବୁ ନେତା ମତେ ଫୋନ୍ କରିଛନ୍ତି । କିନ୍ତୁ ମୁଁ କାହା ସହ କଥା ହୋଇନି । ସଂସଦ ଭବନରେ ଫୋନ୍ରେ କଥା ହୋଇପାରେନା ଏବଂ ଏନେଇ କିଏ ପରାମର୍ଶ ଦେଲା କହିପାରିବିନି । ନବୀନଙ୍କ ଉପରେ ପରାମର୍ଶଦାତା ଥିଲେ ଜାଣିନି । ମୁଖ୍ୟ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ ହୋଇଛି ।
ସେପଟେ ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ । ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିବାଦ । ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା । ସେ କହିଛନ୍ତି, ସସ୍ମିତଙ୍କ ଏକ୍ସ ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ । ଷଡଯନ୍ତ୍ର ପଛରେ କିଏ, ଅନୁଧ୍ୟାନ କରିବାର ଆବଶ୍ୟକ ରହିଛି ।
ବଡ ବିସ୍ଫୋରଣ ଘଟାଇଲେ ବିଜେଡି ସାଂସଦ ଦେବାଶିଷ, କହିଲେ ସସ୍ମିତ ଭିଲେନ୍ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











