The Ultimate Managed Hosting Platform
ADVERTISEMENT

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନିତ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

Facebook
Twitter
LinkedIn

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିତ୍ର ବିଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ପାଇଁ ‘ମିତ୍ର ବିଭୂଷଣ’ ପୁରସ୍କାରରେ ସମ୍ମାନିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସମ୍ପର୍କର ଗଭୀରତା ବିଷୟରେ କହିଥିଲେ । ସେ କହିଥିଲେ ଯେ ଶ୍ରୀଲଙ୍କା କେବଳ ଏକ ପଡ଼ୋଶୀ ଦେଶ ନୁହେଁ ବରଂ ଭାରତର ବିଶ୍ୱସ୍ତ ବନ୍ଧୁ ମଧ୍ୟ । ସେ କହିଥିଲେ ଯେ ଭାରତ ପ୍ରତ୍ୟେକ କଷ୍ଟକର ସମୟରେ ଶ୍ରୀଲଙ୍କା ସହିତ ଛିଡା ହୋଇଛି । ଭବିଷ୍ୟତରେ ମଧ୍ୟ ଜାରି ରଖିବ । ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଓ ଦୁଇ ଦେଶର ସହଭାଗୀ ସାଂସ୍କୃତିକ ଆଧ୍ୟାତ୍ମିକ ଐତିହ୍ୟର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ପ୍ରୟାସକୁ ସ୍ୱୀକୃତି ସ୍ୱରୂପ ଶ୍ରୀଲଙ୍କା ସରକାର ତାଙ୍କୁ ମିତ୍ର ବିଭୂଷଣ ପଦକ ପ୍ରଦାନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login