The Ultimate Managed Hosting Platform
ADVERTISEMENT

ଇତିହାସ ରଚିବ ଭାରତ, ମହାକାଶକୁ ଯିବେ ଶୁଭାଂଶୁ ଶୁକ୍ଲା

Facebook
Twitter
LinkedIn

ନୂଆଦିଲ୍ଲୀ : ମହାକାଶ କ୍ଷେତ୍ରରେ ନୂଆ ଇତିହାସ ରଚିବାକୁ ଯାଉଛି ଭାରତ । ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା Axiom Mission 4 (Ax-4) ଅଧିନରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟସନ ( ISS) ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି । ଆସନ୍ତା ମେ ମାସରେ ଶୁଭାଂଶୁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟସନ ଯାତ୍ରା କରିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। ନାସାର ଫ୍ଲାରିଡ଼ା ସ୍ଥିତ କେନେଡୀ ସ୍ପେସ ଷ୍ଟେସନରେ ଲଞ୍ଚ କରାଯିବ । ଭାରତୀୟ ମହାକାଶ ଯାତ୍ରୀ ଗଗନଯାନର ମିଶନର ଅଂଶ ହୋଇଥିବା ବେଳେ, ଆସନ୍ତା ମେ’ରେ କାନେଡୀ ସ୍ପେସ ଷ୍ଟେସନରୁ ଓଝଝ ପାଇଁ ଯାତ୍ରା କରିବେ । ଏହି ମିଶନର ଇଣ୍ଟରନ୍ୟାସନାଲ ସ୍ପେସ ରିସର୍ଚ୍ଚରେ ଭାରତର ଭାଗିଦାରୀରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଭାରତୀୟ ବାୟୁସେନାର ଅନୁଭବୀ ପାଇଲଟ ଶୁଭାଂଶୁ ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟରେ ମିଶନ ପାଇଲଟ ଭାବେ କାମ କରିବେ । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିବା ରାକେଶ ଶର୍ମାଙ୍କ ରାସ୍ତାରେ ଚାଲୁଛନ୍ତି ଶୁଭାଂଶୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login