The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଲାଞ୍ଚ ମାଗୁଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ; ୫ ରୁ ୧୦ ହଜାର ନଦେଲେ ହେବନି ଆବାସ ଯୋଜନା ବିଲ

Facebook
Twitter
LinkedIn

କେନ୍ଦୁଝର: ଲାଞ୍ଚ ନଦେଲେ ହେବନି ବିଲ ପାସ୍ । ଟଙ୍କେ କି ଦୁଇ ଟଙ୍କା ନୁହେଁ, ୫ ରୁ ୧୦ ହଜାର ଟଙ୍କା ଲାଞ୍ଚ ନ ଦେଲେ ଆବାସ ଯୋଜନାରେ ମିଳିଥିବା ଘର ପାଇଁ ବିଲ ପାସ୍ କରିବେନି ବୋଲି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦାବୀ କରୁଛନ୍ତି । ଗରିବ ଜନତାଙ୍କ ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ସରକାରଙ୍କ ,ଯାଜନା ଲୋକମାନ୍‌ଙକ ପାଖରେ ପହଞ୍ଚିପାରୁ ନାହିଁ । ଆବାସ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ମଧ୍ୟରୁ କେହି କେହି ଘର କାମ ଶେଷ କରି ବିଲ୍ ପାଉନଥିବା ବେଳେ ଆଉ କେହି ଏନ୍ଆରଜିଏସ ପଇସା ପାଉ ନାହାଁନ୍ତି । ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଭଣ୍ଡାରି ଡିହା ପଞ୍ଚାୟତ ପଦନପୁର ଗ୍ରାମରେ ।

ସୂଚନାନୁଯାୟୀ, ଘସିପୁରା ବ୍ଲକ ପକ୍ଷରୁ ଗ୍ରାମର କେତେକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା । କାର‌୍ୟ୍ୟାଦେଶ ପାଇବା ପରେ ହିତାଧିକାରୀମାନେ ଘର କାର‌୍ୟ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ସରକାରଙ୍କ ନିୟମ ଅନୁସାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅର୍ଥ ହିତାଧିକାରୀ ମାନେ ପାଇଗଲେ । ହେଲେ ଶେଷ ବିଲ ଏବଂ ବୋନସ ଟଙ୍କା ଦେବାରେ ବର୍ତ୍ତମାନ ମିଳିବାରେ ପଞ୍ଚାୟତ କର୍ତ୍ତୃପକ୍ଷ ହଇରାଣ କରୁଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଶେଷ ବିଲ ଏବଂ ଏନ୍ଆରଜିଏସ ପଇସା ପାଇନଥିବାରୁ ଅଧିକାଂଶ ହିତାଧିକାରୀ ଘର କାର‌୍ୟ୍ୟ ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି । ଫଳରେ ସେହି ଭଙ୍ଗା ଦଦରା ଘରେ ନିଜ ପରିବାରକୁ ନେଇ ଦିନ କାଟୁଛନ୍ତି । ବିଲ ପାଇଁ କହିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ୫ରୁ ୧୦ ହଜାର ଟଙ୍କା ଲେଖାଏଁ ହାତଗୁଞ୍ଜା ମାଗୁଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଆଉ କେତେ ଜଣ ହିତାଧିକାରୀଙ୍କ ଏନ୍ଆରଜିଏସ ପଇସା ପଞ୍ଚାୟତ କର୍ତ୍ତୃପକ୍ଷ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login