The Ultimate Managed Hosting Platform
ADVERTISEMENT

ଲୁଟ୍ ପାଇଁ ଆସି ବୃଦ୍ଧାଙ୍କୁ ମାରିଦେଲେ

Facebook
Twitter
LinkedIn

ଯାଜପୁର : ଲୁଟ କରିବାକୁ ଆସି ବୃଦ୍ଧାଙ୍କୁ ପିଟି ମାରିଦେଲେ ଦୁର୍ବୁତ୍ତ । ବାଲିଚନ୍ଦ୍ରପୁର ଥାନା ଟିଗିରିଆ ଗାଁରେ ବୃଦ୍ଧାଙ୍କୁ ପିଟି ହତ୍ୟା । ଲୁଟ ବେଳେ ମା ଓ ଝିଅ ଉଠିପଡିବାରୁ ଠେଙ୍ଗାରେ ଆକ୍ରମଣ । ବଡଚଣା ମେଡିକାଲରେ ବୃଦ୍ଧାଙ୍କୁ ମୃତ ଘୋଷଣା, ଝିଅ ଆହତ । ବିଳମ୍ବିତ ରାତିର ଘଟଣା, ବୃଦ୍ଧା ଜଣଙ୍କ ଝିଅ ସହ ଘରେ ରହୁଥିଲେ । ମୃତକ ହେଲେ ଗ୍ରାମର କୌଶଲ୍ୟା ପତି । ବିଳମ୍ବିତ ରାତିରେ ଘରେ ପଶି ଲୁଟ କରିବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ କରିଥିଲେ କୌଶଲ୍ୟା । ଏହା ପରେ ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ଗତକାଲି ବ୍ୟାଙ୍କରୁ କିଛି ଟଙ୍କା ଉଠାଇଥିଲେ ବୃଦ୍ଧା ଜଣଙ୍କ । ଆଉ ସେହି ଟଙ୍କା ଚୋରି ଉଦ୍ଦେଶ୍ୟରେ ବୃଦ୍ଧାଙ୍କ ଘରେ ଲୁଟେରା ପଶିଥିଲେ ବୋଲି ଅନୁମାନ କରାଯାଉଛି । ବାଲିଚନ୍ଦ୍ରପୁର ପୋଲିସ ଏହାର ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login