ନୂଆଦିଲ୍ଲୀ : ବାଂଲାଦେଶ ମୁଖ୍ୟ ମହମ୍ମଦ ୟୁନୁସଙ୍କ ବହୁଦିନର ଇଚ୍ଛା ପୂରଣ ହୋଇଛି। ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ମଧ୍ୟରେ, ବ୍ୟାଙ୍କକ ମାଟିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ଈଓଗଝଞଋଉ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। କାରଣ ଶେଖ ହସିନାଙ୍କ ସରକାର ଯିବା ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ ଥିଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ଯୋଗୁଁ ଏହି ବୈଠକକୁ ନେଇ ସସପେନ୍ସ ରହିଥିଲା। କିନ୍ତୁ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କର ସମର୍ଥନ କରୁଥିବା ଭାରତ ବାଂଲାଦେଶର ମତକୁ ଗ୍ରହଣ କରି ଦ୍ୱିପାକ୍ଷିକ ବୈଠକ ପାଇଁ ରାଜି ହୋଇଥିଲା। ଏହି କାରଣରୁ ଆଜି ଅର୍ଥାତ୍ ୪ ଏପ୍ରିଲ ୨୦୨୫ରେ, ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ BIMSTEC ଶିଖର ସମ୍ମିଳନୀ ସମୟରେ ୟୁନୁସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ, ଏହି ବୈଠକରେ ଉଭୟ ନେତା ପାରସ୍ପରିକ ସହଯୋଗ ଏବଂ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁନୁସ ଏବେ ନିକଟରେ ଚୀନ ସହ ଘନିଷ୍ଠତା ବୃଦ୍ଧି କରିଛି, ସେଥିପାଇଁ ଏହି ଭେଟଘାଟ ସ୍ୱତନ୍ତ୍ର ବୋଲି କୁହାଯାଉଝି । ଯାହା ଆଗକୁ ଭାରତ ସପକ୍ଷରେ କାମରେ ଆସିପାରେ । ତେଣୁ ଏହି ଭେଟଘାଟ ତିକ୍ତତା ଦୂର କରିବାରେ ସାହାଯ୍ୟ କରିବ କି ନାହିଁ ତାହା ଦେଖିବା ବାକିରହିଲା ।
ମୋଦି-ୟୁନିସ ବୈଠକ : ପୂରଣ ହେଲା ୟୁନୁସଙ୍କ ଦୀର୍ଘ ଦିନର ଇଚ୍ଛା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











