ମଧ୍ୟପ୍ରଦେଶ : କୂଅରେ ଶ୍ୱାସରୁଦ୍ଧ ହୋଇ ୮ ଜଣଙ୍କ ଚାଲିଗଲା ଜୀବନ । ଖଣ୍ଡୱା ଜିଲ୍ଲା ଚାଏଗାଁ ମାଖନ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପୂଜା ପର୍ବ ପାଇଁ କୂଅ ଭିତର ସଫେଇ ବେଳେ ଅଘଟଣ । କୂଅ ଭିତରକୁ ଥିବା ଏକ ନାଳ ଦେଇ ଗାଁର ମଇଳା ପାଣି କୂଅକୁ ଯାଏ । ଯାହା ଫଳରେ କୂଅଟି ଅଳିଆ ଅବାର୍ଜନାରେ ଭର୍ତ୍ତି ହୋଇଥିଲା । ଏହାକୁ ସଫା କରିବା ପାଇଁ ୮ ଜଣ ଲୋକ ଓହ୍ଲାଇ ଆସିଥିଲେ। ହେଲେ କୂଅରେ ବିଷାକ୍ତ ଗ୍ୟାସ ସୃଷ୍ଟି ହେବା ଯୋଗୁଁ ଏହି ଲୋକମାନେ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଗାଁ ଲୋକ ।
Views: 22