The Ultimate Managed Hosting Platform
ADVERTISEMENT

ରାଜ୍ୟସଭାରେ ବି ୱାକଫ ବିଲ୍ ପାସ, ସପକ୍ଷରେ ପଡିଲା ୧୨୮ ଭୋଟ ଓ ବିପକ୍ଷରେ ୯୫

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜ୍ୟସଭାରେ ବି ୱାକଫ ସଂଶୋଧନ ବିଲ୍ ଉପରେ ବାଜିଲା ମୋହର । ବିଳମ୍ବିତ ରାତି ଯାଏଁ ବିତର୍କ ପରେ ବିଲ ପାସ । ବିଲ ସପକ୍ଷରେ ପଡିଲା ୧୨୮ ଭୋଟ । ବି ବିପକ୍ଷରେ ପଡିଲା ୯୫ ଭୋଟ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଏହାସହିତ ସଂସଦ ଏହି ବିଲକୁ ଅନୁମୋଦନ କରିଛି ।ଏବେ ଏହି ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ସେ ଦସ୍ତଖତ କରିବା ପରେ ଏହା ଆଇନରେ ପରିଣତ ହୋଇଯିବ । ଆଲୋଚନା ବେଳେ ସରକାର ଏହି ବିଲ୍ ସପକ୍ଷରେ ଦୃଢ ଯୁକ୍ତି ଦର୍ଶାଇଥିବାବେଳେ ବିରୋଧୀ ଦଳ ଏହାର ଜୋରଦାର ବିରୋଧ କରିଥିଲେ । ୨୩୬ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ୍ ପାସ୍ କରାଇବାକୁ ୧୧୯ ସଭ୍ୟଙ୍କ ସମର୍ଥନ ଦରକାର ଥିବାବେଳେ ଘଊଇ ପାଖରେ ରହିଛି ୧୨୫ ସଭ୍ୟଙ୍କ ସମର୍ଥନ। ଏନଡିଏ ପାଖରେ ଆବଶ୍ୟକ ଠାରୁ ଦୁଇ କମ ସଭ୍ୟ (୧୨୭) ଥିବାବେଳେ ଦୁଇ ଜଣ ମନୋନୀତ ସଭ୍ୟ ଏବଂ ୬ ଜଣ ସ୍ବାଧୀନ ସାଂସଦ ବିଲ୍ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି।ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ୱାକଫ ବିଲକୁ ନେଇ ମୁସଲମାନ ସମ୍ପ୍ରଦାୟକୁ ଭୟଭୀତ କରୁଥିବା ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାର ‘ସାବକା ସାଥ, ସବକା ବିକାଶ’ ଉଦ୍ଦେଶ୍ୟରେ ସମସ୍ତଙ୍କ ପାଇଁ କାମ କରୁଛନ୍ତି । ୱାକଫ ବୋର୍ଡ ଏକ ବିଧି ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ସଂସ୍ଥା ପରି ଏହା ଧର୍ମନିରପେକ୍ଷ ହେବା ଉଚିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login