ନୂଆଦିଲ୍ଲୀ : ପ୍ରେମରେ ପଡିଛନ୍ତି କ୍ରିକେଟର ଶିଖର ଧୱନ । ପତ୍ନୀଙ୍କ ଠାରୁ ଅଲଗା ହେବା ପର ଏବେ ପ୍ରେମରେ ପଡିଛନ୍ତି । ଚାମ୍ପିଅନ୍ସ ଟ୍ରଫି-୨୦୨୫ ସମୟରେ ଧୱନଙ୍କୁ ଜଣେ ରହସ୍ୟମୟୀ ମହିଳାଙ୍କ ସହିତ ବସିଥିବାର ଦେଖାଯାଇଥିଲା। ତା’ପରେ ଦାବି କରାଯାଇଥିଲା ଯେ ମହିଳାଙ୍କ ନାମ ସୋଫି ସାଇନ୍, ଯିଏ ଆୟରଲ୍ୟାଣ୍ଡର ନାଗରିକ। ଏବେ, ଏକ ନୂତନ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଧୱନଙ୍କୁ ଏକ ସୋ’ରେ ତାଙ୍କ ପ୍ରେମିକାଙ୍କ ବିଷୟରେ ପଚରାଯାଉଛି। ପ୍ରଶ୍ନର ସେ ସିଧା ସଳଖ ଉତ୍ତର ଦେଇନଥିଲେ ବି କଥା କଥାରେ ସେ ନିଜ ସମ୍ପର୍କକୁ ସ୍ବୀକାର କରୁଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ସୋ’ର ହୋଷ୍ଟ ଧୱନଙ୍କୁ ତାଙ୍କ ପ୍ରେମିକାଙ୍କ ନାମ ପଚାରୁଛନ୍ତି। ପ୍ରଶ୍ନ ଶୁଣି, ସେ କହୁଛନ୍ତି, “ମୁଁ ଏବେ ତାଙ୍କ ନାମ ପ୍ରକାଶ କରିବି ନାହିଁ। କିନ୍ତୁ ଏ ହଲ୍ରେ ଉପସ୍ଥିତ ସବୁଠାରୁ ସୁନ୍ଦର ଝିଅ ହେଉଛି ମୋ ପ୍ରେମିକା।” ଏହା ପରେ କ୍ୟାମେରା ଚେୟାରରେ ବସିଥିବା ସୋଫିଙ୍କୁ ଫୋକସ କରୁଛି। ଏହି ଭିଡିଓ ଭାଇରାଲ ହେବା ପରେ ଶିଖରଙ୍କ ପ୍ରଶଂସକ ନିଜର ଖୁସି ଜାହିର କରିଛନ୍ତି।
ବିଦେଶିନୀଙ୍କ ପ୍ରେମରେ କ୍ରିକେଟର ଶିଖର ଧୱନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











