କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ଝଟକା । ୨୫ ହଜାର ଶିକ୍ଷକ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିଦେ୍ର୍ଦଶ କାଏମ ରଖିଲେ । କୋଲକତା ହାଇକୋର୍ଟ ଅନିୟମିତତା ଦର୍ଶାଇ ନିଯୁକ୍ତି ରଦ୍ଦ କରିଥିଲେ । ସାନି ନିଯୁକ୍ତି ପାଇଁ ବିଜ୍ଞାପନ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ । ୨୪,୬୪୦ ପୋଷ୍ଟ ପାଇଁ ବିଜ୍ଞାପନ ବାହାରିଥିଲେ ବି ୨୫,୭୫୩ ନିଯୁକ୍ତି ପାଇଁଥିଲେ । ବ୍ଲାଙ୍କ ଓଏମଆର ସିଟ ଦେଇ ଅବଶିଷ୍ଟ ନିଯୁକ୍ତି ପାଇଥିଲେ । ପ୍ରଧାନ ବିଚାରପତି କହିଛନ୍ତି, ଯେଉଁ କର୍ମଚାରୀଙ୍କ ନିଯୁକ୍ତି ବାତିଲ ହୋଇଛି ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଫେରସ୍ତ କରିବା ଆବଶ୍ୟକ ନାହିଁ । ଚୟନ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବାକୁ ଏବଂ ତିନି ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମାନବିକତା ଦୃଷ୍ଟିରୁ କେବଳ ଭିନ୍ନକ୍ଷମ କର୍ମଚାରୀଙ୍କୁ କାର୍ୟ୍ୟରେ ରଖାଯିବ । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ଏପ୍ରିଲ ୪ ରେ ଶୁଣାଣି ସ୍ଥିର ହୋଇଛି । ଏହି ମାମଲା ପଶ୍ଚିମବଙ୍ଗ ଏସଏସସି ନିଯୁକ୍ତି ମାମଲା ଭାବରେ ମଧ୍ୟ ଜଣାଶୁଣା ।
ମମତା ବାନାର୍ଜୀଙ୍କୁ “ସୁପ୍ରିମ” ଝଟକା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











