ଉଦଳା : ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ନିର୍ଯ୍ୟାତନା ଅଭିଯୋଗ । ଖୁଣ୍ଟା ଥାନା ବାସିପିଠା ସ୍ଥିତ ଏକ ଉଚ୍ଚ ବିଦ୍ୟାଳୟରେ ନିର୍ଯ୍ୟାତନା । ଛାତ୍ରଙ୍କୁ ମାଡ ମାରିବା ସହ ବ୍ଲେଡରେ ଆକ୍ରମଣ ଅଭିଯୋଗ । ଛାତ୍ରଙ୍କ ଦେହରେ ଶତାଧିକ କଟା ଦାଗ । ସ୍କୁଲ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ଦେଇଛନ୍ତି ଏଭଳି ନିର୍ୟାତନା ।
ସୂଚନା ଅନୁସାରେ ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବାବେଳେ ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିଥିଲେ । ଏ ନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ଉତ୍ତ୍ୟକ୍ତ ହୋଇ ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଲୁହା ରଡ଼ରେ ମାଡ଼ ମାରିଥିଲେ । ଏହା ସହିତ ହାତକୁ ବ୍ଲେଡରେ କାଟି ଦେଇଥିଲେ ଏହା ପରେ ବିଧା, ଗୋଇଠା ମାରିବା ସହିତ କ୍ଷତ ସ୍ଥାନରେ ଲୁଣ ମାରି ନିର୍ୟାତନା ଦେଇଥିଲେ । କେବଳ ସେତିକି ନୁହେଁ ସୀମା ସରହଦ ଡେଇଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଛାତ୍ରଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
କୋମଳମତି ଷଷ୍ଠ ପିଲା ପ୍ରତି ବର୍ବରତା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...