ବ୍ୟୁରୋ : ଶରୀରକୁ ସୁସ୍ଥ ରଖିବାକୁ କିଏ ବା ନ ଚାହେଁ । ଶରୀରରେ ଜଳୀୟ ଅଂଶକୁ ଠିକ୍ ରଖିବା ପାଇଁ ଲୋକମାନେ ବିଶେଷ କରି ଗରମ ଦିନରେ ଅତ୍ୟଧିକ ଫଳ ସେବନ କରିଥାନ୍ତି । ବର୍ତ୍ତମାନ କିନ୍ତୁ ସମସ୍ତେ ଡାଏଟ ପାଇଁ ମଧ୍ୟ ଫଳକୁ ବ୍ୟବହାର କରୁଛନ୍ତି । ଆପଣମାନେ ଜାଣିଥିବେ ଫଳରେ ମିନେରାଲ୍ସ ଓ ଭିଟାମିନ୍ ପ୍ରଚୁର ମାତ୍ରାରେ ଥାଏ । ଅନେକ ସମୟରେ ଡାକ୍ତର ମଧ୍ୟ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି ।
ତରଭୁଜ : ଖରାଦିନରେ ତରଭୁଜ ଖାଇଦେଲେ ଆତ୍ମାକୁ ଶାନ୍ତି ମିଳିଥାଏ । ତରଭୁଜ ଏକ ଏଭଳି ଫଳ ଯାହାକୁ ଖାଇବା ଦ୍ବାରା ଭୋକ ଓ ଶୋଷକୁ ମେଣ୍ଟାଇଦେଇଥାଏ । ଏହା ଡାଇବେଟିସ୍ ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ଆଦୌ ଉପଯୋଗୀ ନୁହେଁ ।
କଖାରୁ : କଖାରୁରେ ଅନେକ ଭିଟାମିନ ଭରପୁର ରହିଥାଏ । କଖାରୁର ଅଧିକ ବ୍ୟବହାର ଦ୍ବାରା ପେଟ ବଥା ହୋଇଥାଏ । ସେଥିପାଇଁ ଖରା ଦିନେ ଅଧିକ କଖାରୁ ଖାଇବା ଠିକ ନୁହେଁ ।
ଆମ୍ବ : ଫଳ ଭିତରେ ଆମ୍ବକୁ ରାଜା ବୋଲି କୁହାଯାଏ । ଆମ୍ବ ଖାଇବାକୁ ସମସ୍ତେ ଖୁବ ଭଲପାଆନ୍ତି । କିନ୍ତୁ ଏଥିରେ ମିଠା ଅଂଶ ଅଧିକ ଥିବାରୁ ଡାଇବେଟିସ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।
ଲିଚୁ : ଲିଚୁ କୋଳି ଖାଇବାକୁ ସାଧାରଣତଃ ସମସ୍ତେ ଭଲପାଆନ୍ତି । ବିଶେଷ କରି ଖରାଦିନେ ଲିଚୁ କୋଳି ଦେଖିଲେ ପାଟିରେ ପାଣି ମଧ୍ୟ ଆସିଯାଏ । ଏଥିରେ ସୁଗାରର ମାତ୍ରା ଅଧିକ ଥାଏ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ଝାଡା ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ ।
ସପୁରୀ : ଖଟା ମିଠାକୁ ପସନ୍ଦ କରୁଥିବା ଲୋକେ ସପୁରୀ ଖାଇବା ପାଇଁ ବେଶ ଭଲ ପାଆନ୍ତି । ସପୁରୀରେ ଖଟା ଅଂଶ ଥିବାରୁ ଏସିଡିଟି ଏବଂ ପେଟ ଜଳାପୋଡା ଭଳି ସମସ୍ୟା ଦେଖା ଦେଇପାରେ । କିନ୍ତୁ ଯଦି ଆପଣ ସପୁରୀ ଅଧିକ ଖାଆନ୍ତି ତେବେ ପେଟ ଜନିତ ସମସ୍ୟା ହୋଇପାରେ ।
ଖରାଦିନେ ଖାଆନ୍ତୁ ନାହିଁ ଏହି ଫଳ , ନଚେତ ହୋଇପାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...