The Ultimate Managed Hosting Platform
ADVERTISEMENT

ଷଷ୍ଠ ଦିନରେ ବି ଚାଲିପାରିଲାନି ବିଧାନସଭା; ଅପରାହ୍ଣ ୪ଟା ଯାଏ ରହିଲା ମୁଲତବୀ

Facebook
Twitter
LinkedIn

ଭୁବନେଶ୍ୱର: ବିଧାନସଭା ଶୀତ ଅଧୀବେସନର ଆଜି ଷଷ୍ଠ ଦିନରେ ମଧ୍ୟ ଚାଲି ପାରିଲାନି ଗୃହ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାକୁ କେନ୍ଦ୍ର କରି ଗୃହର ମଧ୍ୟ ଭାଗରେ ଘଣ୍ଟ ଘଣ୍ଟା ବଜାଇ ବିରୋଧ ପ୍ରଦର୍ଶନ କରିଥିଲେ ବିଜେପି ସଦସ୍ୟମାନେ । ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ବିରୋଧୀ ବିଜେପି ବିଧାନସଭା ବାହାରେ ଜଗନ୍ନାଥଙ୍କ ଫଟୋ ରଖି ଧରଣା ଦେଇଥିଲେ । ବିଜେପି କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥ ସରକାରୀ ଦଳକୁ ସଦବୁଦ୍ଧି ଦିଅନ୍ତୁ କହି ବିରୋଧୀ ଦଳ ସଦସ୍ୟଙ୍କ ସଦବୁଦ୍ଧି ଆସୁ ବୋଲି କହି ଗୃହ ଭିତରେ ଶାସକ ଦଳର ସଦସ୍ୟମାନେ ବିରୋଧୀ ଦଳର ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଥିଲେ । କେନ୍ଦ୍ରୀୟ ଅବହେଳା , ଦରଦାମ ବୃଦ୍ଧି, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି କରିଛନ୍ତି ବିଜେଡି ବିଧାୟକ । ଆବାସ ଯୋଜନାରେ ପାତର ଅନ୍ତର ନେଇ ଆଲୋଚନା କଲେ ସେମାନଙ୍କ ସତ ଧରା ପଡିଯିବ ବୋଲି ବିଜେଡି ଅଭିଯୋଗ କରିଛି । ବିରୋଧୀ ଦଳ ସବୁବେଳେ ଏଭଳି ଡ୍ରାମା ନାଟକ କରୁଛନ୍ତି । ତେଣୁ ଆମେ ଜଗନ୍ନାଥଙ୍କ ପାଖରୁ ସ୍ନାନ ଜଳ ଆଣି ତାଙ୍କ ଉପରେ ଛିଞ୍ଚିଛୁ ବୋଲି ବିଜେଡି କହିଛି ।

ଚଳିତ ବର୍ଷ ଶୀତ ଅଧିବେଶନ ଆରମ୍ଭରୁ ଏ ପର୍ଯ୍ୟନ୍ତ ୬ ଦିନ ବିତି ଯାଇଥିଲେ ବି ଗୋଟିଏ ଦିନ ବି ସୁରୁଖୁରରେ ଗୃହ କାର୍ଯ୍ୟ ଚାଲିପାରିନି । ଗୃହ କାର୍ଯ୍ୟ ସ୍ୱଭାବିକ୍ ଭାବରେ ଚାଲିବା ପାଇଁ ଗତ କାଲି ବାଚସ୍ପତିଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲେ ବି ଆଜି ତାହା ଫେଲ ମାରିଥିବା ଦେଖିବାକୁ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login