ବ୍ୟୁରୋ : ଖରାଦିନେ ଲୋକଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯାଇଥାଏ । ତେଣୁ ପେଟ ଏବଂ ମନକୁ ଥଣ୍ଡା ରଖିବା ପାଇଁ ଲୋକେ ଖରାଦିନ ଆସିବା ପରେ ଥଣ୍ଡା ପାନୀୟ ଜଳ ନଚେତ୍ ଜୁସ ପିଇବାକୁ ପସନ୍ଦ କରିଥାନ୍ତି । ଖରାଦିନ ଆସୁ ଆସୁ ଜୁସ ଦୋକାନରେ ଭିଡ ହେବା ଆରମ୍ଭ ହୋଇଯାଇଥାଏ । ଆପଣ ଅନେକ ଜୁସ ପିଇଥିବେ କିନ୍ତୁ ମୋସାମ୍ବି ଜୁସ ପିଇଛନ୍ତି କି? ମୋସାମ୍ବି ଜୁସ ଆମ ଶରୀର ପାଇଁ କେତେ ଲାଭଦାୟକ ଜାଣିଛନ୍ତି କି?

ମୋସାମ୍ବି ଏକ ଉନ୍ନତଧରଣର ଫଳ ଯାହା ଭିଟାମିନ୍ ସି ଗୁଣରେ ଭରପୁର । ଯାହା ଆମ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଥଣ୍ଡା, ଜ୍ବର ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ବ୍ଲଡ ପ୍ରେସର କାରଣରୁ ହାର୍ଟଆଟାକ ଭଳି ସମସ୍ୟା ଦେଖାଦେଇଥାଏ । ଏହି ଜୁସର ସେବନ ଦ୍ବାରା ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
ଏହି ଫଳ ବଦହଜମୀ, ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାଠାରୁ ଦୂରେଇ ରଖେ । ଏହି ଜୁସ ସେବନ ଦ୍ବାରା ପାଚନ ଶକ୍ତିକୁ ବଢାଇଥାଏ ।

ଏହି ଜୁସରେ ପ୍ରାକୃତ୍ତିକ ଗୁଣରେ ଭରପୁର ।
ଏହି ଜୁସ ସ୍ବାଦିଷ୍ଟ ହୋଇଥିବା ସହ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ । ଏଥିରେ ସୁଗାର ମାତ୍ରା ଅଧିକ ରହିଥାଏ । ତେଣୁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଖାଇବା ଉଚିତ ନୁହେଁ ।
ଏହି ଜୁସରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟସ ଥିବା ହେତୁ ଆମ ତ୍ବଚାରେ ଚମକ ଆଣିଥାଏ ।