The Ultimate Managed Hosting Platform
ADVERTISEMENT

ଚିଲ୍ଲୀ ରାଷ୍ଟ୍ରପତି ଗାବ୍ରିଏଲ ବୋରିକଙ୍କ ଭାରତ ଗସ୍ତ

Facebook
Twitter
LinkedIn

ନୂଆଦିଲ୍ଲୀ : ଚିଲ୍ଲୀ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଫଣ୍ଟଙ୍କ ପ୍ରଥମ ଭାରତ ଗସ୍ତ । ଏହି ଅବସରରେ ଚିଲ୍ଲୀ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି। ଭାରତ ସହ ଚିଲ୍ଲୀର କାମ ସମ୍ପର୍କକୁ ନେଇ ପ୍ରସ୍ତାବ ଦେଇଛନ୍ତି ରାଷ୍ଟ୍ରପତି ଗାବ୍ରିଏଲ।ଖବରମୁତାବକ, ଚିଲ୍ଲୀ ରାଷ୍ଟ୍ରପତି ଦୀର୍ଘ ୧୬ ବର୍ଷ ପରେ ପ୍ରଥମ କରି ଭାରତ ଗସ୍ତରେ ଆସିଛନ୍ତି । ୧୬ବର୍ଷ ମଧ୍ୟରେ ଭାରତରେ ଅନେକ ପରିବର୍ତ୍ତନ ହୋଇଯାଇଛି ବୋଲି କହିଛନ୍ତି ଚିଲ୍ଲୀ ରାଷ୍ଟ୍ରପତି । ଭାରତକୁ ଆସିବା ପରେ ସସମ୍ମାନରେ ଚିଲ୍ଲୀ ରାଷ୍ଟ୍ରପତଙ୍କୁ ସ୍ବାଗତ କରାଯାଇଥିଲା । ଯେଉଁଥି ପାଇଁ ରାଷ୍ଟ୍ରପତି ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, କୌଣସି ନେତା ଏପରି କରିପାରିବେ ନାହିଁ ଯାହା ଆପଣ କରିଛନ୍ତି । ଆପଣ ବିଭିନ୍ନ ଦେଶକୁ ସମର୍ଥନ କରୁଛନ୍ତି । ପ୍ରତ୍ୟେକ ଦେଶର ରାଜନେତାଙ୍କ ସହ ଆପଣ କଥା ମଧ୍ୟ ହୋଇପାରିବେ। ଗାବ୍ରିଏଲ ଶେଷରେ ଭୂ-ରାଜନୈତିକ ଖେଳାଳୀ ଭାବେ ମୋଦିଙ୍କୁ ସମ୍ଭୋଧନ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ୧ରୁ ୫ ଏପ୍ରିଲ ପର୍ୟ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ଚିଲ୍ଲୀ ରାଷ୍ଟ୍ରପତି ଗାବ୍ରିଏଲ । ଭାରତ ସହ ସୁସମ୍ପର୍କ ରଖିବା ପାଇଁ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login