ଭୁବନେଶ୍ୱର : ଭୁବନେଶ୍ୱର ଶିଶୁ ବାଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି । ବଡଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ । କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ । ପିଲାଙ୍କୁ ଏକ ସଶକ୍ତ, ଆଧୁନିକ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି । ପ୍ରସ୍ତୁତି ଅନୁଯାୟୀ ଆଜି ସ୍କୁଲରେ କୁନି କୁନି ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା । ଖଡି ଛୁଆଁ ଦିବସ ପାଇଁ ୪ ଦିନିଆ ସ୍ଵତନ୍ତ୍ର କାର୍ୟ୍ୟକ୍ରମ କରାଯିବ। ଯେଉଁଥିରେ ପ୍ରଥମ ଦିନ ନାମଲେଖା ହେବ । ପିଲାଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍କୁଲକୁ ସ୍ଵାଗତ କରାଯିବ । ମୁଖ୍ୟମନ୍ତ୍ରୀ ଦ୍ଵାରା ଦିଆଯାଇଥିବା ବାର୍ତ୍ତାକୁ ପଢାଯିବ। ଏଥିସହ ପିଲାଙ୍କୁ କିଟ୍ ବଣ୍ଟାଯିବ। ପିଲାମାନେ ସ୍କୁଲ ଶ୍ରେଣୀ ଗୃହ ପରିଦର୍ଶନ କରିବା ସହ ସାକ୍ଷରତା ଷ୍ଟେସନ , ସଂଖ୍ୟା ଜ୍ଞାନ ଷ୍ଟେସନ , କ୍ରିଏଟିଭ୍ ଷ୍ଟେସନ୍ ଆଦି ପରିଦର୍ଶନ କରିବେ ।
ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











