ଆନନ୍ଦପୁର : ବ୍ୟାଙ୍କରୁ କଟିଗଲା ଟଙ୍କା । ଯାହା ପାଇଁ ରାଗରେ ଏଟିଏମ୍ ଭାଙ୍ଗିଦେଲା ଯୁବକ । ଏଭଳି ଏକ ଆଶ୍ଚର୍ୟ୍ୟକର ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଏଟିଏମରେ । ଏଟିଏମ୍ ଭାଙ୍ଗିଥିବା ଯୁବକ ଜଣକ ଘସିପୁରା ଥାନା ତାଳଗାଁର ସଞ୍ଜୟ କୁମାର ପାତ୍ର । ଯାହା ଖବର ମିଳିଛି କି, ସଞ୍ଜୟର ଆକାଉଣ୍ଟରୁ ଗତକାଲି ରାତିରେ ୧୧୦ ଟଙ୍କା କୌଣସି ବାବଦକୁ କଟି ଯାଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ଏକ ହାତୁଡି ଧରି ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ ବନ୍ଦ ଥିବାରୁ ସେ ଏଟିଏମକୁ ଯାଇ ହାତୁଡି ସାହାଯ୍ୟରେ ଏଟିଏମର କାଚ ଓ ମେସିନକୁ ପିଟି ପିଟି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ ସେ ନିଜେ ମଧ୍ୟ ଆହତ ହୋଇଥିଲା । ତେବେ ଏଟିଏମ ସମ୍ମୁଖରେ ଘସିପୁରା ଥାନା ଥିବାରୁ ପୋଲିସ୍ ଘଟଣାସ୍ଥଳରେ ତୁରନ୍ତ ଆସି ପହଁଚିଥିଲା ଏବଂ ଉକ୍ତ ଯୁବକକୁ କାବୁ କରି ଚିକିତ୍ସା ପାଇଁ ମେଡିକାଲ୍ ନେବା ସହିତ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏପଟେ ଉକ୍ତ ଯୁବକର ମାନସିକ ସ୍ଥିତି ଠିକ୍ ନଥିବା କହିଛନ୍ତି କିଛି ସ୍ଥାନୀୟ ଲୋକେ ।
ବ୍ୟାଙ୍କରୁ ଟଙ୍କା କଟିବା ପରେ ରାଗରେ ଏଟିଏମ ଭାଙ୍ଗିଲା ଯୁବକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











