ନୂଆଦିଲ୍ଲୀ : ମହାକୁମ୍ଭ ମେଳାରେ ଭାଇରାଲ୍ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ଗିରଫ । ଦୁଷ୍କର୍ମ ମାମଲାରେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିବା ପରେ, ତାଙ୍କୁ ଦିଲ୍ଲୀର ନବି କରିମ ପୋଲିସ ଷ୍ଟେସନ ଗିରଫ କରିଥିଲା । ଅଭିଯୋଗ ହୋଇଛି ଯେ ସନୋଜ ମିଶ୍ର ଏକ ଛୋଟ ସହରର ହିରୋଇନ ହେବାକୁ ଚାହୁଁଥିବା ଝିଅକୁ ଅନେକ ଥର ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ କହିବା ଅନୁଯାୟୀ, ସେ ୨୦୨୦ ମସିହାରେ ଟିକଟକ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ସନୋଜ ମିଶ୍ରଙ୍କୁ ଭେଟିଥିଲେ ।ପୀଡିତା ତାଙ୍କୁ ଭେଟିବାକୁ ମନା କରିଦେବାରୁ ଅଭିଯୁକ୍ତ ସନୋଜ ମିଶ୍ର ତାଙ୍କୁ ଧମକ ଦେଇଥିଲେ । ଏହା ପରେ ପୀଡିତା ଭୟରେ ତାଙ୍କୁ ଭେଟିବାକୁ ଯାଇଥିଲେ । ପରଦିନ ସନୋଜ ମିଶ୍ର ତାଙ୍କୁ ପୁଣି ଥରେ ଫୋନ୍ କରି ଧମକ ଦେଇ ରେଳ ଷ୍ଟେସନକୁ ଡାକିଥିଲେ । ଏହାପରେ ସନୋଜ ସେହି ଝିଅକୁ ଏକ ରିସର୍ଟକୁ ନେଇଯାଇଥିଲେ ଏବଂ ନିଶା ଦ୍ରବ୍ୟ ଦେବା ପରେ ଦୁଷ୍କର୍ମ କରିଥିଲେ ।ପୀଡିତା ଏଫଆଇଆରରେ ଦର୍ଶାଇଛନ୍ତି ଯେ ସେ ତାଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ତିଆରି କରିଥିଲେ ଏବଂ ପ୍ରତିବାଦ କଲେ ସେଗୁଡ଼ିକୁ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ ।
ମୋନାଲିସାଙ୍କୁ ଅଫର କରିଥିବା ଫିଲ୍ମ ନିର୍ଦ୍ଦେଶକ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











