ଜଳେଶ୍ୱର : ପ୍ରେମ, ପ୍ରତାରଣା ଅଭିଯୋଗରେ ଏସଆଇ ଗିରଫ । ମାଲକାନଗିରି ଜିଲ୍ଲାରେ ଏସଓଜି ଟ୍ରେନିଂ ନେଉଥିବା ଏସଆଇ ଗିରଫ । ଆସଆଇ ବିଜୟ ସାହୁ ଗିରଫ । ତାଙ୍କ ଘର ବାଲିଆପାଳ ବଡତାଳପଦା । ସୂଚନା ଅନୁସାରେ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଜୟ । ଆଉ ଚାକିରି ପାଇବା ପରେ ସ୍ତ୍ରୀର ପରିଚୟ ଦେଇ ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଚକିରି ପାଇବା ପରେ ବିବାହ କରିବେ ନାହିଁ ବୋଲି ମନା କରିଥିଲେ ଏସଆଇ ବିଜୟ ସାହୁ । ଅନ୍ୟପଟେ ଧୋକା ପାଇବା ପରେ ଗତ ଡିସେମ୍ବରରେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଲିଖିତ ଅଭିଯୋଗର ୪ ମାସ ପରେ ବାଲିଆପାଳ ଥାନା ବଡ଼ ତାଳପଦା ଗାଁର ବିଜୟ ସାହୁଙ୍କୁ ଗିରଫ କରିଛି ବାଲିଆପାଳ ପୋଲିସ ।
Views: 26