ବ୍ରହ୍ମପୁର : ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଗଣ୍ଡଗୋଳ ପରେ ସାତ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଟାଉନ୍ ଥାନା ପୋଲିସ । ଗିରଫ ମାନେ ହେଲେ ସେଶଦେବ ପାଣିଗ୍ରାହୀ , ସମୀର ମହାରଣା, ଦେବାଶିଷ ମାଝୀ, ସରୋଜ କୁମାର ଗୈାଡ, ବିଶାଲ ପାଣିଗ୍ରାହୀ, ସୁଶାନ୍ତ କୁମାର ବେହେରା ଓ ବାବୁଲ ବିଷୋୟୀ । ଗିରଫ ପରେ ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ । ପୋଲିସ ଓ ପ୍ରଶାସନର ବିନା ଅନୁମତିରେ ଦଣ୍ଡ ନାଚ ଆୟୋଜନ କରିବା ପଡିଛି ମହଙ୍ଗା । ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଟାଉନ୍ ଥାନା ପୋଲିସ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ।
Views: 29