ନୂଆଦିଲ୍ଲୀ : ମିଆଁମାର ଭୂକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା । ୬୯୪ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତୁ୍ୟସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେର ଆଶଙ୍କା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ୟ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ । ଶକ୍ତିଶାଳୀ ଭୂକମ୍ପରେ ସବୁ କିଛି ଧ୍ବସଂ ହୋଇ ଯାଇଛି । ଅନେକ ନଭଶ୍ଚୁମ୍ବୀ ଅଟ୍ଟାଳିକା ତାସ ଘର ଭଳି ଭୁଶୁଡ଼ି ପଡ଼ିଛି । ଅନେକ ପୋଲ ଭାଙ୍ଗି ଯାଇଛି। ରାସ୍ତା ଫାଟି ଯାଇଛି । ବହୁ ବଡ଼ ବଡ଼ ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପରେ ମିଆଁମାରରେ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରାଯାଇଛି । କିଛି ସ୍ଥାନ ମୃତ୍ୟୁର ଇଲାକା ପାଲଟି ଯାଇଛି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମ୍ୟାରର ଦ୍ବିତୀୟ ବୃହତ ସହର ନାପିଡୋ ।
ଥାଇଲାଣ୍ଡରେ ଭୂକମ୍ପ ଏତେ ତୀବ୍ର ଥିଲା ଯେ ବ୍ୟାଙ୍କକକ୍ ରେ ଥିବା ଛାତ ଉପର ସୁଇମିଂ ପୁଲ୍ ହଠାତ୍ ଭରିଗଲା ଏବଂ ଜଳପ୍ରପାତ ପରି ଏକ ଉଚ୍ଚ ବିଲ୍ଡିଂ ଉପରୁ ପାଣି ତଳକୁ ଖସିପଡ଼ିବାକୁ ଲାଗିଲା । ସହରରେ ନିର୍ମାଣାଧୀନ ଏକ ୩୦ ମହଲା ବିଶିଷ୍ଟ ଆକାଶ ଛୁଆଁ ଅଟ୍ଟାଳିକା ଭୁଶୁଡି ପଡ଼ିବାରୁ ସେଥିରେ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ମୃତାହତ ଏବଂ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୭.୭ ତୀବ୍ରତାର ଭୂକମ୍ପରେ ସବୁ କିଛି ଛାରଖାର ହୋଇ ଯାଇଛି ।
ମିଆଁମାର ଭୂକମ୍ପରେ ବଢୁଛି ମୃତ୍ୟୁସଂଖ୍ୟା :୬୯୪ ଟପିଲାଣି ମୃତ୍ୟୁସଂଖ୍ୟା !

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...