ନୂଆଦିଲ୍ଲୀ : ମିଆଁମାର ଭୂକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା । ୬୯୪ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତୁ୍ୟସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେର ଆଶଙ୍କା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ୟ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ । ଶକ୍ତିଶାଳୀ ଭୂକମ୍ପରେ ସବୁ କିଛି ଧ୍ବସଂ ହୋଇ ଯାଇଛି । ଅନେକ ନଭଶ୍ଚୁମ୍ବୀ ଅଟ୍ଟାଳିକା ତାସ ଘର ଭଳି ଭୁଶୁଡ଼ି ପଡ଼ିଛି । ଅନେକ ପୋଲ ଭାଙ୍ଗି ଯାଇଛି। ରାସ୍ତା ଫାଟି ଯାଇଛି । ବହୁ ବଡ଼ ବଡ଼ ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପରେ ମିଆଁମାରରେ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରାଯାଇଛି । କିଛି ସ୍ଥାନ ମୃତ୍ୟୁର ଇଲାକା ପାଲଟି ଯାଇଛି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମ୍ୟାରର ଦ୍ବିତୀୟ ବୃହତ ସହର ନାପିଡୋ ।
ଥାଇଲାଣ୍ଡରେ ଭୂକମ୍ପ ଏତେ ତୀବ୍ର ଥିଲା ଯେ ବ୍ୟାଙ୍କକକ୍ ରେ ଥିବା ଛାତ ଉପର ସୁଇମିଂ ପୁଲ୍ ହଠାତ୍ ଭରିଗଲା ଏବଂ ଜଳପ୍ରପାତ ପରି ଏକ ଉଚ୍ଚ ବିଲ୍ଡିଂ ଉପରୁ ପାଣି ତଳକୁ ଖସିପଡ଼ିବାକୁ ଲାଗିଲା । ସହରରେ ନିର୍ମାଣାଧୀନ ଏକ ୩୦ ମହଲା ବିଶିଷ୍ଟ ଆକାଶ ଛୁଆଁ ଅଟ୍ଟାଳିକା ଭୁଶୁଡି ପଡ଼ିବାରୁ ସେଥିରେ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ମୃତାହତ ଏବଂ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୭.୭ ତୀବ୍ରତାର ଭୂକମ୍ପରେ ସବୁ କିଛି ଛାରଖାର ହୋଇ ଯାଇଛି ।
ମିଆଁମାର ଭୂକମ୍ପରେ ବଢୁଛି ମୃତ୍ୟୁସଂଖ୍ୟା :୬୯୪ ଟପିଲାଣି ମୃତ୍ୟୁସଂଖ୍ୟା !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











