ନୂଆଦିଲ୍ଲୀ ; ମିଆଁମାରକୁ ରିଲିଫ ସାମଗ୍ରୀ ପଠାଇଲା ଭାରତ । ବାୟୁସେନା ବିମାନ ଯୋଗେ ୧୫ ଟନ ରିଲିଫ ସାମଗ୍ରୀ ପଠାଇଲା ଭାରତ । ଟେଣ୍ଟ, ସ୍ଲିପିଂ ବ୍ୟାଗ, ବ୍ଲାଙ୍କେଟ, ସୋଲାର ଲ୍ୟାମ୍ଫ ପଠାଇଲା । ଆବଶ୍ୟକତା ଔଷଧୀୟ ସହ ଜେନେରେଟର ସେଟ ପଠାଇଲା । ମିଆଁମାର କ୍ଷୟକ୍ଷତି ଉପରେ ନଜର ରଖିଛି ଭାରତ ।ସେହିପରି ଗତକାଲି ମିଆଁମାର ଓ ଥାଇଲାଣ୍ଡରେ ବଡ଼ ଧରଣର ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବେଗ ପ୍ରକାଶ କରିବା ସହ ଉଭୟ ରାଷ୍ଟ୍ରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ କର୍ତ୍ତୃପକ୍ଷ ଏ ଦିଗରେ ପ୍ରସ୍ତୁତ ଅଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମ୍ପୃକ୍ତ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାମାର ଓ ଥାଇଲାଣ୍ଡ୍ରେ ଭୂମିକମ୍ପ ପରେ ପରିସ୍ଥିତି ଉପରେ ଭାରତ ଅହରହ ନଜର ରଖିଛି । ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଜରୁରୀ ସହାୟତା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଯାଇଛି ।
ମିଆଁମାରକୁ ରିଲିଫ ସାମଗ୍ରୀ ପଠାଇଲା ଭାରତ

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...