କଟକ(ଅମୂଲ୍ୟ କୁମାର ବାରିକ ) : କଟକ ମହାନଗର ନିଗମ ପକ୍ଷରୁ ଆଜି ସିଏମସି ୫୮ ନମ୍ବର ୱାର୍ଡର ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠରେ ମହିଳା ମାନଙ୍କୁ ରୋଷେଇ ଏବଂ ଖାଦ୍ୟ ପ୍ରସ୍ତୁତି ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ ଏଥିରୁ କିଭଳି ନିଜେ ରକ୍ଷା ପାଇପାରିବ ଏବଂ ଅନ୍ୟ ମାନଙ୍କୁ ବଞ୍ଚାଇ ପରିବ , ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା କାର୍ୟ୍ୟକ୍ରମରେ ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ,ପ୍ରତାପନଗରୀ ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କଟକ ଅଗ୍ନି ଶମ କର୍ମଚାରୀ ମାନେ ଉପସ୍ଥିତ ମହିଳା ମାନଙ୍କୁ ଗ୍ୟାସ ସିଲିଣ୍ଡରରେ ରୋଷେଇ କଲାବେଳେ ପ୍ରଥମେ ସତରକର୍ତ୍ତା ଅବଲମ୍ବନ ପ୍ରତି ଦୃଷ୍ଟି ଦେବା ସହ ଗ୍ୟାସ ସିଲିଣ୍ଡରର ସୁଇଚି ଭଲଭାବେ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସିଲିଣ୍ଡରରେ ନିଆଁ ଲାଗିଲେ ଭୟ ନକରି ଓଦା କମଳ ,ଓଦା ଅଖା ନଚେତ ପ୍ଳାଷ୍ଟିକ ବାଲଟିକୁ ସାହସର ସହିତ ଘୋଡ଼ାଇ ଦେଲେ ନିଆଁ ଲିଭିଯିବ । ଏହି ଭଳି ବିଭିନ୍ନ ଡେମୋ ଉପସ୍ଥିତ ମହିଳା ମାନଙ୍କୁ ଦେଖାଇଥିଲେ । ଏହି ସଚେତନତା କାର୍ୟ୍ୟକ୍ରମରେ ମାମିନା ରାଉତ ,ସ୍ୱଛ ସାଥୀ ସୁଚିତ୍ରା ପତି, ସ୍ୱଛସାଥୀ ଝରଣା ରାଉତ , ସୁମାତ୍ରା ସାହୁ ,ଲୋପିତା ନାୟକଙ୍କ ସମେତ ବିଭିନ୍ନ ଗ୍ରାମର ମହିଳା ମାନେ ଉପସ୍ଥିତ ରହି ଏହାକୁ ନିଜେ କାର୍ୟ୍ୟର ଲଗାଇବା ସହିତ ଅନ୍ୟ ଗୃହିଣୀ ମାନଙ୍କୁ ସଚେତନ କରାଇବେ ବୋଲି କହିଥିଲେ ।
ଅଗ୍ନି ନିରାପତ୍ତା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...