କଟକ(ଅମୂଲ୍ୟ କୁମାର ବାରିକ ) : କଟକ ମହାନଗର ନିଗମ ପକ୍ଷରୁ ଆଜି ସିଏମସି ୫୮ ନମ୍ବର ୱାର୍ଡର ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠରେ ମହିଳା ମାନଙ୍କୁ ରୋଷେଇ ଏବଂ ଖାଦ୍ୟ ପ୍ରସ୍ତୁତି ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ ଏଥିରୁ କିଭଳି ନିଜେ ରକ୍ଷା ପାଇପାରିବ ଏବଂ ଅନ୍ୟ ମାନଙ୍କୁ ବଞ୍ଚାଇ ପରିବ , ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା କାର୍ୟ୍ୟକ୍ରମରେ ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ,ପ୍ରତାପନଗରୀ ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କଟକ ଅଗ୍ନି ଶମ କର୍ମଚାରୀ ମାନେ ଉପସ୍ଥିତ ମହିଳା ମାନଙ୍କୁ ଗ୍ୟାସ ସିଲିଣ୍ଡରରେ ରୋଷେଇ କଲାବେଳେ ପ୍ରଥମେ ସତରକର୍ତ୍ତା ଅବଲମ୍ବନ ପ୍ରତି ଦୃଷ୍ଟି ଦେବା ସହ ଗ୍ୟାସ ସିଲିଣ୍ଡରର ସୁଇଚି ଭଲଭାବେ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସିଲିଣ୍ଡରରେ ନିଆଁ ଲାଗିଲେ ଭୟ ନକରି ଓଦା କମଳ ,ଓଦା ଅଖା ନଚେତ ପ୍ଳାଷ୍ଟିକ ବାଲଟିକୁ ସାହସର ସହିତ ଘୋଡ଼ାଇ ଦେଲେ ନିଆଁ ଲିଭିଯିବ । ଏହି ଭଳି ବିଭିନ୍ନ ଡେମୋ ଉପସ୍ଥିତ ମହିଳା ମାନଙ୍କୁ ଦେଖାଇଥିଲେ । ଏହି ସଚେତନତା କାର୍ୟ୍ୟକ୍ରମରେ ମାମିନା ରାଉତ ,ସ୍ୱଛ ସାଥୀ ସୁଚିତ୍ରା ପତି, ସ୍ୱଛସାଥୀ ଝରଣା ରାଉତ , ସୁମାତ୍ରା ସାହୁ ,ଲୋପିତା ନାୟକଙ୍କ ସମେତ ବିଭିନ୍ନ ଗ୍ରାମର ମହିଳା ମାନେ ଉପସ୍ଥିତ ରହି ଏହାକୁ ନିଜେ କାର୍ୟ୍ୟର ଲଗାଇବା ସହିତ ଅନ୍ୟ ଗୃହିଣୀ ମାନଙ୍କୁ ସଚେତନ କରାଇବେ ବୋଲି କହିଥିଲେ ।
ଅଗ୍ନି ନିରାପତ୍ତା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







