ନୋଏଡା : ଗ୍ରେଟର ନୋଏଡାରେ ଥିବା ଏକ ଗାର୍ଲ୍ସ ହଷ୍ଟେଲରେ ଲାଗିଛି ନିଆଁ । ଏହି ହଷ୍ଟେଲଟି ନଲେଜ୍ ପାର୍କ ପୋଲିସ ଷ୍ଟେସନ ଅଞ୍ଚଳରେ ରହିଛି । ଗାର୍ଲ୍ସ ହଷ୍ଟେଲରେ ଗତକାଲି ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଥିଲା। ଯାହା ଫଳରେ ସମଗ୍ର କ୍ୟାମ୍ପସ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ । ଫସି ରହିଥିବା ୪୦ଜଣ ଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଏହାପରେ ନିଆଁକୁ ଘଣ୍ଟାଏ ମଧ୍ୟରେ ନିୟନ୍ତ୍ରଣ କରାଯାଇଥିଲା । ଘଟଣା ସମୟରେ ହଷ୍ଟେଲରେ ପ୍ରାୟ ୧୬୦ ଜଣ ଛାତ୍ରୀ ଥିଲେ । ଏସି କମ୍ପ୍ରେସର ଫାଟିଯିବାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ ଏବଂ ଭିତରେ ଫସି ରହିଥିବା ୪୦ ଜଣ ଛାତ୍ରୀଙ୍କୁ ସିଢି ଦେଇ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯାଇଥିଲା ।
Views: 24