ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ପୈତୃକ ସମ୍ପତ୍ତିର ଭାଇ ଭାଗ ପଟ୍ଟା କରାଇ ଦେବା ପାଇଁ ମାଗିଥିଲେ ଲାଞ୍ଚ । ପ୍ରଥମେ ଆବେଦନ କରାଇ ଦେବାକୁ ଅନୁରୋଧ କରିଥିଲେ ହିତାଧିକାରୀ । କିନ୍ତୁ ଟଙ୍କା ଦେଲେ ଆବେଦନ କରିବେ ବୋଲି କହିଥିଲେ ସତ୍ୟପ୍ରିୟ । ଆଜି ଆଠମଲ୍ଲିକ ଏସବିଆଇ ମୁଖ୍ୟ ଶାଖା ଏଟିଏମ ସମ୍ମୁଖରେ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ।
Views: 40