ନୂଆଦିଲ୍ଲୀ : ଏଟିଏମରୁ ଟଙ୍କା ଉଠାଇବ ହେବ ମହଙ୍ଗା । ଟ୍ରାଞ୍ଜାକସନ ପାଇଁ ଲାଗିବ ଚାର୍ଜ । ମେ ୧ ତାରିଖରୁ ଆପଣଙ୍କ ପକେଟ ଖର୍ଚ୍ଚ ବଢ଼ିବାକୁ ଯାଉଛନ୍ତି । ପ୍ରତି ଟ୍ରାଞ୍ଜାକସନ ଉପରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏନେଇ ଏନପିସିଆଇର ପ୍ରସ୍ତାବକୁ ଆରବିଆଇ ମଞ୍ଜୁରୀ ଦେଇଛି । ମେ ପହିଲାରୁ ବଦଳିବାକୁ ଯାଉଥିବା ନିୟମ ଅନୁସାରେ, ହୋମ ବ୍ୟାଙ୍କ ନେଟଓ୍ବାର୍କ ବାହାରେ ଯଦି କୌଣସି ଏଟିଏମ ମେଶିନରେ ଟ୍ରାଞ୍ଜାକସନ କରିବେ କିମ୍ବା ବାଲାନ୍ସ ଚେକ କରିବେ, ତେବେ ୟୁଜରଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ଭାରତୀୟ ରାଷ୍ଟ୍ରୀୟ ପେମେଣ୍ଟ ନିଗମ (ଏନପିସିଆଇ)ର ପ୍ରସ୍ତାବ ଆଧାରରେ ଆରବିଆଇ ଦ୍ବାରା ଅନୁମୋଦିତ ସଂଶୋଧନର ଏକ ଅଂଶ । ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ଯଦି ଗ୍ରାହକ ନିଜର ହାମ ବ୍ୟାଙ୍କର ଏଟିଏମ ବଦଳର ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଉଥିଲେ, ତେବେ ତାଙ୍କୁ ପ୍ରତି ଟ୍ରାଞ୍ଜାକସନ ପିଛା ୧୭ ଟଙ୍କା ଚାର୍ଜ ଦେବାକୁ ପଡ଼ୁଥିଲା । ମାତ୍ର ଏବେ ମେ ୧ରୁ ତାହା ବୃଦ୍ଧି ପାଇ ୧୯ ଟଙ୍କା ହୋଇଯିବ ।
ଏଟିଏମରୁ ଟଙ୍କା ଉଠାଇବ ହେବ ମହଙ୍ଗା, ଟ୍ରାଞ୍ଜାକସନ ପାଇଁ ଲାଗିବ ଚାର୍ଜ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











