The Ultimate Managed Hosting Platform
ADVERTISEMENT

ଏଟିଏମରୁ ଟଙ୍କା ଉଠାଇବ ହେବ ମହଙ୍ଗା, ଟ୍ରାଞ୍ଜାକସନ ପାଇଁ ଲାଗିବ ଚାର୍ଜ

Facebook
Twitter
LinkedIn

ନୂଆଦିଲ୍ଲୀ : ଏଟିଏମରୁ ଟଙ୍କା ଉଠାଇବ ହେବ ମହଙ୍ଗା । ଟ୍ରାଞ୍ଜାକସନ ପାଇଁ ଲାଗିବ ଚାର୍ଜ । ମେ ୧ ତାରିଖରୁ ଆପଣଙ୍କ ପକେଟ ଖର୍ଚ୍ଚ ବଢ଼ିବାକୁ ଯାଉଛନ୍ତି । ପ୍ରତି ଟ୍ରାଞ୍ଜାକସନ ଉପରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏନେଇ ଏନପିସିଆଇର ପ୍ରସ୍ତାବକୁ ଆରବିଆଇ ମଞ୍ଜୁରୀ ଦେଇଛି । ମେ ପହିଲାରୁ ବଦଳିବାକୁ ଯାଉଥିବା ନିୟମ ଅନୁସାରେ, ହୋମ ବ୍ୟାଙ୍କ ନେଟଓ୍ବାର୍କ ବାହାରେ ଯଦି କୌଣସି ଏଟିଏମ ମେଶିନରେ ଟ୍ରାଞ୍ଜାକସନ କରିବେ କିମ୍ବା ବାଲାନ୍ସ ଚେକ କରିବେ, ତେବେ ୟୁଜରଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ଭାରତୀୟ ରାଷ୍ଟ୍ରୀୟ ପେମେଣ୍ଟ ନିଗମ (ଏନପିସିଆଇ)ର ପ୍ରସ୍ତାବ ଆଧାରରେ ଆରବିଆଇ ଦ୍ବାରା ଅନୁମୋଦିତ ସଂଶୋଧନର ଏକ ଅଂଶ । ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ଯଦି ଗ୍ରାହକ ନିଜର ହାମ ବ୍ୟାଙ୍କର ଏଟିଏମ ବଦଳର ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଉଥିଲେ, ତେବେ ତାଙ୍କୁ ପ୍ରତି ଟ୍ରାଞ୍ଜାକସନ ପିଛା ୧୭ ଟଙ୍କା ଚାର୍ଜ ଦେବାକୁ ପଡ଼ୁଥିଲା । ମାତ୍ର ଏବେ ମେ ୧ରୁ ତାହା ବୃଦ୍ଧି ପାଇ ୧୯ ଟଙ୍କା ହୋଇଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login