ଭୁବନେଶ୍ୱର :ସରକାର ବିଧାନସଭା ମର୍ଯ୍ୟାଦା ଭଙ୍ଗ କରିଛନ୍ତି କହିଲେ ଭକ୍ତ ଦାସ । ବିଧାୟକ, କର୍ମୀଙ୍କ ସହ ଧାରଣାସ୍ଥଳରେ ବସିଲେ ପିସିସି ସଭାପତି ଭକ୍ତ ଦାସ । ବିଧାନସଭାରୁ ଉଠାଇ ଆଣି ରାସ୍ତାରେ ଛାଡି ଦେବା କଣ ମର୍ଯ୍ୟାଦା । ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି କହିଲେ ଭକ୍ତ । ନିଲମ୍ବିତ ବିଧାୟକ ଆଜି ଗୃହକୁ ଯିବାକୁ ଚେଷ୍ଟା କରିବେ ।ଯଦି ସରକାର ଛାଡିବେ ଗୃହକୁ ଯିବେ ନଚେତ ଫେରି ଆସିବେ । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରାଯାଇଛି । ଗତକାଲି ୧୨ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା । ବାକି ଦୁଇ ବିଧାୟକଙ୍କୁ ଆଜି ନିଲମ୍ବନ କଲେ ବାଚସ୍ପତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସର ସମସ୍ତ ୧୪ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ପରେ କଂଗ୍ରେସର ୧୨ ବିଧାୟକ ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକ୍କା, ଦାଶରଥୀ ଗମାଙ୍ଗ,ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ,ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା ,କାଡ୍ରାକା ଆପାଲାସ୍ବାମୀ, ସୋଫିଆ ଫିର୍ଦ୍ଦୋସ ଓ ନୀଳମାଧବ ହିକ୍କକାଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ।
ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











