ବ୍ୟୁରୋ : ଅଦାର ଅନେକ ଲାଭ ଅଛି । ଅଦାରେ ଭିଟାମିନ୍ ସି’, ଆୟରନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଜିଙ୍କ୍ ଏବଂ ଅନେକ ମିନେରାଲ୍ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ତ୍ବ ଶରୀରକୁ ଲାଭ ଯୋଗାଇବାରେ ସାହାଯ୍ୟ କରେ । ଯଦି ଆପଣ ଗୋଟିଏ ସପ୍ତାହ ଧରି ସକାଳେ ଖାଲି ପେଟରେ ଅଦା ପାଣି ପିଅନ୍ତି, ତେବେ ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦ୍ରୁଢ଼ କରିବ ।
ଅଦାରେ ଏପରି ଗୁଣ ଅଛି ଯାହା ଏହାକୁ ବ୍ଲଡ୍ ଶୁଗାର ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ କରିଥାଏ । ଅଦା ପାଣି ପିଇବା ଦ୍ବାରା ବ୍ଲଡ୍ ଶୁଗାରକୁ କଣ୍ଟ୍ରୋଲରେ ରହିଥାଏ । ବ୍ଲଡ୍ ଘୁକାର ରୋଗୀମାନେ ସକାଳେ ଅଦା ପାଣି ନିଶ୍ଚିତ ଭାବରେ ପିଅନ୍ତୁ । ଦେଖିବେ ଆପଣଙ୍କର ସମସ୍ୟର ଦୂର ହେବାକୁ ଲାଗିବ ।
ଗୋଟିଏ ସପ୍ତାହ ପାଇଁ ଅଦା ପାଣି ପିଇବା ଦ୍ବାରା ଆପଣଙ୍କ ହାର୍ଟ ସୁସ୍ଥ ରହିବ । ଏଥି ସହ ଆପଣଙ୍କ ହାର୍ଟ ସୁସ୍ଥ ରହିବା ମାତ୍ରେ ଆପଣ ମଧ୍ୟ ଶକ୍ତିଶାଳୀ ରହିପାରିବେ । ଏହା ସାହାଯ୍ୟରେ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ଏବଂ ଶିରାରେ ଫୁଲା ମଧ୍ୟ କମିଯିବ । ଯାହା ଦ୍ବାରା ହାର୍ଟକୁ ରକ୍ତ ପ୍ରବାହ ଭଲ ହେବ ।
ଅଦା ପାଣି ପିଇବା ଫଳରେ ଆପଣଙ୍କର ଆଣ୍ଠୁଗଣ୍ଠୀରେ ଯେଉଁ ଫୁଲା ହେଉଛି ତାହା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ । ଯଦି ଆପଣଙ୍କର ଏହି ସମସ୍ୟା ହେଉଛି ତେବେ ନିଶ୍ଚିତ ଭାବରେ ଗୋଟିଏ ସପ୍ତାହ ଅଦା ପାଣି ପିଇବା ଅଭ୍ୟାସ୍ କରନ୍ତୁ ।
ଗୋଟିଏ ସପ୍ତାହ ପିଅନ୍ତୁ ଅଦା ପାଣି.. ମିଳିବ ଏହି ସବୁ ଫାଇଦା

Facebook
Twitter
LinkedIn
Facebook
Twitter
LinkedIn
Recent News
ପାରା ପାଇଁ ମରଣାନ୍ତକ ଆକ୍ରମଣ
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ...
ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ
ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...